Pratinidhi Odia

ନିମ୍ନ ରକ୍ତଚାପ ପାଇଁ ସତର୍କ ରହନ୍ତୁ

ଜୀବନଶୈଳୀ ଓ ଖାଦ୍ୟପେୟରେ ନିୟନ୍ତ୍ରଣ ହିଁ ଏହାର ଉପାୟ

ମନ ଓ ଶରୀର ମଧ୍ୟରେ ଚାଲିଥିବା ପରିବର୍ତ୍ତନର ପ୍ରଭାବ କେବେ କେବେ ସ୍ବାସ୍ଥ୍ୟ ଉପରେ ପଡ଼ିଥାଏ । ‘ଲୋ ବ୍ଲଡ୍‌ପ୍ରେସର’ ବା ନିମ୍ନ ରକ୍ତଚାପ ମଧ୍ୟ ଏହି କାରଣରୁ ହୋଇଥାଏ । ଖାଦ୍ୟ ପାନୀୟ ଓ ଲାଇଫ୍‌ ଷ୍ଟାଇଲ୍‌ରେ ପରିବର୍ତ୍ତନ ସହିତ ସତର୍କତା ଅବଲମ୍ବନ କରାଗଲେ ହିଁ ନିମ୍ନ ରକ୍ତଚାପକୁ ନିୟନ୍ତ୍ରଣ କରାଯାଇପାରିବ । ଲକ୍ଷଣ ଦେଖି ସତର୍କ ରହନ୍ତୁ ।
ଲକ୍ଷଣ ଦେଖି ସତର୍କ ରହନ୍ତୁ
-ମୁଣ୍ଡ ବୁଲାଇବା, ମୁଣ୍ଡ ବୁଲାଇ ତଳେ ପଡ଼ିଯିବା, ଏକାଗ୍ରତା ନ ରହିବା, ଠିକ୍‌ରେ ଦେଖା ନ ଯିବା, ତ୍ବଚା ଥଣ୍ଡା ପଡ଼ିଯିବା, ତ୍ବଚା ତେଲିଆ ଓ ହଳଦିଆ ପଡ଼ିଯିବା, ନିଶ୍ବାସ୍‌-ପ୍ରଶ୍ବାସ୍‌ରେ ସମସ୍ୟା, ଥକା ଲାଗିବା ଆଦି ନିମ୍ନ ରକ୍ତଚାପର ଲକ୍ଷଣ । 

କେମିତି ଜାଣିବେ
ନିମ୍ନ ରକ୍ତଚାପ ବା ‘ହାଇପୋଟେନ୍‌ସନ୍‌’ରେ ରକ୍ତ ଚାପ ୯୦/୬୦ରୁ କମ୍‌ ହୋଇଯାଇଥାଏ । ଯଦି କୌଣସି ଲକ୍ଷଣ ଦେଖା ନ ଗଲା ତେବେ ବିଶେଷ କିଛି ଅସୁବିଧା ହେବନି । କିନ୍ତୁ ଯଦି ଏହାର ଲକ୍ଷଣ ସ୍ପଷ୍ଟ ଦେଖାଗଲା ଏବଂ ବାରମ୍ବାର କଷ୍ଟ ଅନୁଭବ ହେଲା, ତେବେ ଏହା ଧିରେ ଧିରେ ଆପଣଙ୍କୁ ସମସ୍ୟା ଆଡ଼କୁ ଟାଣି ନେବାର ସମ୍ଭାବନା ରହିଛି । କାରଣ ଏତଦ୍ବାରା ମସ୍ତିଷ୍କ, ହୃଦୟ ତଥା ଅନ୍ୟ ପ୍ରମୁଖ ଅଙ୍ଗକୁ ରକ୍ତ ପ୍ରବାହ ଠିକ୍‌ରେ ହୋଇପାରି ନ ଥାଏ । ବିଶେଷକରି ବୟସ ବଢ଼ିବା ସହ ଏହି ସମସ୍ୟା ବଢ଼ିପାରେ । ଅନେକ ସମୟ ଧରି ବସି ରହିଲେ, ଶୋଇ ରହିଲେ କିମ୍ବା ଠିଆ ହୋଇ ରହିଲେ ମଧ୍ୟ ନିମ୍ନ ରକ୍ତଚାପ ହେବାର ସମ୍ଭାବନା ରହିଛି । ଏହାକୁ ‘ପୋଶ୍ଚରଲ ହାଇପୋଟେନ୍‌ସନ’ କୁହାଯାଏ । ଏହାଛଡ଼ା ଅନ୍ୟ କିଛି କାରଣ ଯେପରି ଗର୍ଭାବସ୍ଥା, ଥାଇରଏଡ୍‌ ଓ ମଧୁମେହ ଭଳି ହର୍ମୋନଜନିତ  ରୋଗ, କିଛି ଔଷଧ, ଅଧିକ ମାଦକଦ୍ରବ୍ୟ ସେବନ, ହୃଦ୍‌ଜନିତ ସମସ୍ୟା, ରକ୍ତ ବାହିକା ଚଉଡ଼ା ହୋଇଯିବା  ଏବଂ ପେଟ ରୋଗ ଆଦି ମଧ୍ୟ ନିମ୍ନ ରକ୍ତଚାପର କାରଣ ହୋଇପାରେ ।

କିପରି ମୁକ୍ତି ପାଇବେ
ଜୀବନଶୈଳୀରେ ପରିବର୍ତ୍ତନ ଓ ଖାଦ୍ୟପେୟରେ ନିୟନ୍ତ୍ରଣ ଏଥିରୁ ମୁକ୍ତି ପାଇବାର ସବୁଠାରୁ ବଡ଼ ଉପାୟ । ପ୍ରଚୁର ପାଣି ପିଅନ୍ତୁ । ଯାହାଫଳରେ ରକ୍ତର ମାତ୍ରା ବଢ଼ିବା ସହ ଡିହାଇଡ୍ରେସନ୍‌ ସହିତ ଲଢ଼ିବାରେ ସାହାଯ୍ୟ କରିଥାଏ । ଅଧିକ ସମୟ ବସିବା ପରେ ଧିରେ ଧିରେ ଉଠନ୍ତୁ । ଶୋଇବା ପରେ ହଠାତ୍‌ ନ ଉଠି ଶୋଇବା ଅବସ୍ଥାରେ ପ୍ରଥମେ ଲମ୍ବା ନିଶ୍ବାସ ପ୍ରଶ୍ବାସ ନିଅନ୍ତୁ । ତା’ ପରେ ଧିରେ ଧିରେ ଉଠି ବସନ୍ତୁ । ମୁଣ୍ଡକୁ ପତଳା ତକିଆରେ ରଖି ରଖି ଶୋଇଲେ ଭଲ । ଡାକ୍ତରଙ୍କଠାରୁ ପରାମର୍ଶ ନେଇ ନିୟମିତ ବ୍ୟାୟାମ କରନ୍ତୁ । ଅଳ୍ପ ଅଳ୍ପ ଖାଆନ୍ତୁ। ଆଳୁ, ଭାତ, ପାସ୍ତା, ନୁଡଲ୍ସ ଏବଂ ବ୍ରେଡ୍‌ ଭଳି ଅଧିକ କାର୍ବୋହାଇଡ୍ରେଟ୍‌ଯୁକ୍ତ ଖାଦ୍ୟ କମ୍‌ ଖାଆନ୍ତୁ । ମାଦକ ଦ୍ରବ୍ୟଠାରୁ ଦୂରେଇ ରହନ୍ତୁ । ଚା’ ଓ କଫି ପିଇପାରନ୍ତି, କିନ୍ତୁ ଡାକ୍ତରଙ୍କଠାରୁ ପରାମର୍ଶ ନିଅନ୍ତୁ । ହ୍ବାଇଟ୍‌ କିଡ୍‌ନୀ ବିନ୍ସ, ସାଦା ଦହି, କ୍ବିୱି ଫ୍ରୁଟ୍‌, କଦଳୀ, ଲାଲ୍‌ କ୍ୟାପ୍‌ସିକମ୍‌, ବ୍ରୋକଲି, ଶକରକନ୍ଦ, କ୍ବିନୋଆ, ଏଭାକୋଡ୍ ଆଦି ନିମ୍ନ ରକ୍ତଚାପ ପାଇଁ ସୁପରଫୁଡ୍‌ ସଦୃଶ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!