Pratinidhi Odia

ସାଧରଣ ଜ୍ଞାନ, ଜାଣିବାକୁ ମନ

ଦେଶ, ଦୁନିଆ ସମ୍ପର୍କରେ ଜାଣିବାର ଅପୂର୍ବ ସୁଯୋଗ

୧.ଷ୍ଟାଚ୍ୟୁ ଅଫ ଲିବର୍ଟି ୨.ଭାଟିକାନ୍‌ ସିଟି ଷ୍ଟେଟ୍‌ ୩.ଉଲାର୍‌ ହ୍ରଦ ୪.ନୀଳଗିରି ଜୀବମଣ୍ଡଳ ରିଜର୍ଭ
କିଏ ଅମ୍ଳଜାନ (ଅକ୍ସିଜେନ୍‌) ଆବିଷ୍କାର କରିଥିଲେ?
୧୮ଶ ଶତାବ୍ଦୀରେ ବ୍ରିଟେନରେ ଜନ୍ମିତ ଧର୍ମଶାସ୍ତ୍ରବିତ୍‌, ଦାର୍ଶନିକ ଓ ରସାୟନବିତ୍‌ ଜୋସେଫ୍‌ ପ୍ରିଷ୍ଟଲି (୧୭୩୩-୧୮୦୪) ଅମ୍ଳଜାନ (ଅକ୍ସିଜେନ୍‌) ଆବିଷ୍କାର କରିଥିଲେ।

ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହରସ୍ଥିତ ବିଶ୍ବ ପ୍ରସିଦ୍ଧ ଭାସ୍କର୍ଯ୍ୟ କୃତି ଷ୍ଟାଚ୍ୟୁ ଅଫ୍‌ ଲିବର୍ଟି କିଏ ନିର୍ମାଣ କରିଥିଲେ?

ଫ୍ରାନ୍ସରେ ଜନ୍ମିତ ଭାସ୍କର୍ଯ୍ୟ ଶିଳ୍ପୀ ଫ୍ରେଡେରିକ୍‌ ଅଗଷ୍ଟେ ବାର୍ଥୋଲଦି (୧୮୩୪-୧୯୦୪) ଯୁକ୍ତରାଷ୍ଟ୍ର ଆମେରିକାର ନ୍ୟୁୟର୍କ ସହର ଅନ୍ତର୍ଗତ ଲିବର୍ଟି ଆଇଲାଣ୍ଡର ନ୍ୟୁୟର୍କ ହାର୍ବରସ୍ଥିତ ସ୍ବାଧୀନତାର ବିଶ୍ବ ପ୍ରସିଦ୍ଧ ଭାସ୍କର୍ଯ୍ୟ କୃତି ଷ୍ଟାଚ୍ୟୁ ଅଫ ଲିବର୍ଟିର ନିର୍ମାଣ କରିଥିଲେ।

ବିଶ୍ବର କ୍ଷୁଦ୍ରତମ ଦେଶର ନାମ କ’ଣ?

ରୋମ୍‌ ଓ ଇଟାଲୀ ଦ୍ବାରା ପରିବେଷ୍ଟିତ ରୋମାନ କ୍ୟାଥୋଲିକ୍‌ ଚର୍ଚ୍ଚର ହେଡ୍‌କ୍ବାର୍ଟର ଭାଟିକାନ୍‌ ସିଟି ଷ୍ଟେଟ୍‌ ବିଶ୍ବର କ୍ଷୁଦ୍ରତମ ଦେଶ। ୦.୪୪ ବର୍ଗ କିମି କ୍ଷେତ୍ରଫଳ ବିଶିଷ୍ଟ ଏହି ଦେଶର ଲୋକସଂଖ୍ୟା ୨୦୧୫ ଜନଗଣନା ଅନୁଯାୟୀ ପାଖାପାଖି ୧ ହଜାର।

ବିଶ୍ବରେ କେଉଁ କଥିତ ଭାଷା ସର୍ବାଧିକ କୁହାଯାଏ?
ମାଣ୍ଡାରିନ୍‌ ଚାଇନିଜ୍‌କୁ ବିଶ୍ବରେ ସର୍ବାଧିକ କଥିତ ଭାଷାର ମାନ୍ୟତା ମିଳିଛି। ଏହା ଚୀନ ଓ ତାଇୱାନର ରାଷ୍ଟ୍ରଭାଷା ଏବଂ ସିଙ୍ଗାପୁରର ୪ଟି ରାଷ୍ଟ୍ରଭାଷା ମଧ୍ୟରେ ଅନ୍ୟତମ। ପ୍ରାୟ ୧୨୦ କୋଟି ଲୋକ ଏହି ଭାଷା କହିଥାନ୍ତି।

କେଉଁ ମଧୁର ଜଳ ହ୍ରଦ ଭାରତରେ ବୃହତ୍ତମ?

ଜମ୍ମୁ ଓ କଶ୍ମୀରର ବନ୍ଦୀପୋରା ଜିଲାରେ ସ୍ଥିତ ଉଲାର ହ୍ରଦ ଭାରତର ବୃହତ୍ତମ ମଧୁରଜଳ ହ୍ରଦ। ୧୨ କିମି ଦୀର୍ଘ ଓ ୯.୬ କିମି ପ୍ରସ୍ଥ ଏହି ହ୍ରଦର ସର୍ବାଧିକ ଗଭୀରତା ୧୪ ମିଟର।

କେଉଁ ଜୀବ ମଣ୍ଡଳ (ବାୟୋସ୍ଫିଅର) ରିଜର୍ଭ ଭାରତର ପ୍ରଥମ?

ପଶ୍ଚିମ ଘାଟ ଓ ଦକ୍ଷିଣ ଭାରତରେ ନୀଳଗିରି ପର୍ବତମାଳା ମଧ୍ୟରେ ସ୍ଥିତ ପ୍ରାୟ ୬୦୦୦ ବର୍ଗ କିମି କ୍ଷେତ୍ରଫଳ ବିଶିଷ୍ଟ ନୀଳଗିରି ଜୀବମଣ୍ଡଳ (ବାୟୋସ୍ଫିଅର) ରିଜର୍ଭ ଦେଶର ପ୍ରଥମ। ଏହାକୁ ଅନ୍ତର୍ଜାତୀୟ ଜୀବମଣ୍ଡଳ ରିଜର୍ଭର ମାନ୍ୟତା ମିଳିଛି।

କାହାକୁ ଭାରତର ନେପୋଲିୟନ କୁହାଯାଏ?
ଗୁପ୍ତ ସାମ୍ରାଜ୍ୟର ଚତୁର୍ଥ ଶାସକ ଚନ୍ଦ୍ରଗୁପ୍ତ ୧ଙ୍କ ପୁତ୍ର ତଥା ଉତ୍ତରାଧିକାରୀ ବୀର ଯୋଦ୍ଧା ସମୁଦ୍ରଗୁପ୍ତଙ୍କୁ ଭାରତର ନେପୋଲିୟନ କୁହାଯାଏ। ଏକାଧାରରେ ସେ ଥିଲେ କବି ଓ ସଙ୍ଗୀତଜ୍ଞ। ତାଙ୍କ ଶାସନକାଳରେ ଭାରତରେ ସୁବର୍ଣ୍ଣ ଯୁଗର ଆରମ୍ଭ ହୋଇଥିଲା। ତାଙ୍କ ପୃଷ୍ଠପୋଷକତାରେ କଳା ଓ ଭାସ୍କର୍ଯ୍ୟକୁ ବେଶ୍‌ ପ୍ରୋତ୍ସାହନ ମିଳିଥିଲା।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?