Pratinidhi Odia

ସ୍ବଳ୍ପ ବଜେଟ୍‌ରେ ବିଦେଶ ଭ୍ରମଣର ମଜା

ସମୟାନୁଯାୟୀ ସ୍ଥାନ ଚୟନରେ ହିଁ ଫାଇଦା ମିଳେ

ଗୁଲମାର୍ଗରେ ସ୍କିଇଙ୍ଗ
ଏଇ ସୁନ୍ଦର ପୃଥିବୀକୁ କିଏ ବା ବୁଲି ଦେଖିବାକୁ ନ ଚାହେଁ । କିନ୍ତୁ ବିଦେଶ ଭ୍ରମଣ କଥା ମନକୁ ଆସିଲେ ଏଥିରେ ବାଧା ସୃଷ୍ଟିକରେ ବଜେଟ୍‌ । ତେବେ ପୃଥିବୀ ବୁଲିବା ଏବେ ଆଉ ଏତେ ବି ମହଙ୍ଗା ନୁହେଁ । ଏବେଠାରୁ ସ୍ଥାନ ଚୟନ କରନ୍ତୁ, ପାଇପାରିବେ ଭ୍ରମଣର ଏକ ନିଆରା ଅନୁଭୂତି ।

ସୋଫିଆ, ବୁଲ୍‌ଗେରିଆ
ଏହି ପୂର୍ବ ୟୁରୋପିଆନ୍‌ ସ୍ଥାନ ଭ୍ରମଣରେ ଖର୍ଚ୍ଚ ଟଙ୍କା ବ୍ୟର୍ଥ ଗଲା ବୋଲି ଅନୁଭବ କରିବେନି । ଫ୍ରାନ୍ସ, ଇଂଲଣ୍ଡ ତୁଳନାରେ ବୁଲ୍‌ଗେରିଆ ବହୁତ ଶସ୍ତା । ଏଠାରେ ସ୍ବାଦିଷ୍ଟ ଖାଦ୍ୟ ସାଙ୍ଗକୁ ସୁନ୍ଦର ସୁନ୍ଦର ପାହାଡ଼ ମଧ୍ୟ ଦେଖିବାର ସୁଯୋଗ ପାଇବେ । ଶରତକାଳୀନ ଛୁଟିରେ ଏଠାକୁ ନିହାତି ଯାଆନ୍ତୁ।

କାରିବିୟନ୍‌, ୱେଷ୍ଟଇଣ୍ଡିଜ୍‌
ସୂର୍ଯ୍ୟ, ବାଲି ଓ ସର୍ଫିଙ୍ଗ ପାଇଁ ପାଗଳ ପର୍ଯ୍ୟଟକ ଏଠାକୁ ନିଶ୍ଚିତ ରୂପେ ଯାଆନ୍ତୁ । ଏସବୁ  ପାଇଁ କାରବିୟନ୍‌ ସମୁଦ୍ରକୂଳର ତୁଳନା ଆଉ କାହା ସହିତ କରାଯାଇ ନ ପାରେ । ଖରାଦିନେ ଜାମାଇକାରେ ମଜା କରିପାରିବେ । ଖରାଦିନ ଶେଷ ହୋଇଗଲେ, ଏଠାରେ ଥିବା ହୋଟେଲ ଏବଂ ରିଜର୍ଟସ ଜବରଦସ୍ତ ଅଫର ଦେଇଥାନ୍ତି। ଏହାର ଲାଭ ଉଠାଇ ପାରିବେ ।

କାନ୍‌କୁନ୍‌, ମେକ୍ସିକୋ
ମେକ୍ସିକୋର ଏହି ଭାଗରେ ଗରମ ସହିତ ବର୍ଷା ବି ହୋଇଥାଏ । ଅଗଷ୍ଟ-ଅକ୍ଟୋବର ମଧ୍ୟରେ ବଡ଼ ବଡ଼ ହୋଟେଲ, ରିଜର୍ଟସ ଓ ଫ୍ଲାଟ୍‌ସ ଶସ୍ତାରେ ମିଳିଯାଏ । ମାତ୍ର ଏହି ସମୟରେ ଏଠାର ଜଳବାୟୁ ଆପଣଙ୍କୁ ବିଚ୍‌ରେ ବସି  କକ୍‌ଟେଲ୍‌ର ମଜା ନେବାକୁ ଦେବନି ।

ନିୟୁ ଅର୍ଲିୟନ୍ସ, ୟୁଏସ୍‌ଏ
ଏଠାର ଇତିହାସ ଆପଣଙ୍କୁ ଭାବପ୍ରବଣ କରିଦେବ । ଲାସ୍‌ ଭେଗାସ୍‌ର ଜଳବାୟୁ ବର୍ଷସାରା ଏକାଭଳି ରହିଥାଏ। ମାତ୍ର ଆକ୍ଟୋବରରେ ଏହି ସ୍ଥାନ ଶସ୍ତାରେ ବୁଲିପାରିବେ । ଏହି ସମୟରେ ତାପମାତ୍ରା ବହୁତ ଭଲ ଥାଏ ।

ଏଥେନ୍ସ, ଗ୍ରୀସ୍‌
ଶରତକାଳରେ ବୁଲିବା ପାଇଁ ଏଥେନ୍ସଠାରୁ ଭଲ ବିକଳ୍ପ କିଛି ନାହିଁ । ଗ୍ରୀଷ୍ମ ଋତୁରେ ଲାଗିଥିବା ଭିଡ଼ ଏହି ସମୟରେ କମିଯାଇଥାଏ । ତାପମାତ୍ରା ବି ଆପଣଙ୍କୁ ଅସୁବିଧାରେ ପକାଇବ ନାହିଁ । ଗ୍ରୀକ୍‌ ଆଇଲ୍ୟାଣ୍ଡ ରିଜର୍ଟରେ ରହିବା ଶସ୍ତା ହେବ ।

ଫେଜ୍‌, ମରୋକ୍ବୋ
ଉତ୍ତର ଆଫ୍ରିକାର ଏହି ଭାଗରେ ଦେଖିବା ପାଇଁ ବହୁତ କିଛି ରହିଛି । ଶରତ କାଳରେ ଯେବେ ପବନ ବହେ, ଏହା ଏତେ ଥଣ୍ଡା ରହେ ଯେ ଆପଣଙ୍କୁ ଜ୍ୟାକେଟ୍‌ ପିନ୍ଧିବାକୁ ପଡ଼ିବ । ଏଠାରେ ସବୁ ଦାମରେ ହୋଟେଲ ମିଳିଯିବ ।

ନେପାଳ
ଏସିଆରେ ଏମିତି ଅନେକ ଦେଶ ରହିଛି, ଯେଉଁଠି ବୁଲିବା ପାଇଁ ବେଶୀ ଅର୍ଥର ଆବଶ୍ୟକତା ନାହିଁ । ନେପାଳରେ ବୁଲିବା ଆପଣଙ୍କୁ ଶସ୍ତା ରହିବ । ବିଶ୍ବର ସବୁଠାରୁ ସୁନ୍ଦର ଏବଂ ସୁଉଚ୍ଚ ପାହାଡ଼ ଏଠାରେ ରହିଛି । ବୁଲିବା, ରହିବା, ଖାଇବା ପାଇଁ ଆପଣଙ୍କୁ ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ ନାହିଁ ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!