Pratinidhi Odia

ଅର୍ଗାନିକ ପୋଷାକ ଆଣିଛି ଫ୍ୟାଶନ୍‌ରେ ନୂଆ ଟ୍ରେଣ୍ଡ

ରୁଚି ବଢ଼ୁଛି, ଷ୍ଟାଇଲିଶ ଲୁକ୍‌ ମଧ୍ୟ ଦେଉଛି

ସ୍ବାସ୍ଥ୍ୟ ସଚେତନତା ବ୍ୟକ୍ତି ଏବେ ଖାଇବା ସହ ପିନ୍ଧିବାରେ ମଧ୍ୟ ରୁଚି ପରିବର୍ତ୍ତନ କରିବାରେ ଲାଗିଛନ୍ତି। ଆଉ ଆଗଭଳି ଗାଢ଼ ରଙ୍ଗର କେମିକାଲଯୁକ୍ତ କପଡ଼ାରେ ତିଆରି ପୋଷାକ ପିନ୍ଧିବାକୁ ଲୋକେ ପସନ୍ଦ କରୁ ନାହାନ୍ତି। ବର୍ତ୍ତମାନ ସମୟରେ ଜୈବିକ(ଅର୍ଗାନିକ୍‌) କପଡ଼ାର ପୋଷାକ ଫ୍ୟାଶନେବଲ ସହିତ ଟ୍ରେଣ୍ଡି ମଧ୍ୟ ଲାଗୁଛି। ବର୍ତ୍ତମାନ ଯୁବପିଢ଼ି ହାତ ତିଆରି କଟନ ପୋଷାକ, ବାଉଁଶ ଛାଲରେ ତିଆରି  ପରିବେଶ ଅନୁକୂଳ(ଇକୋ-ଫ୍ରେଣ୍ଡଲି)କପଡ଼ା ପିନ୍ଧିବାକୁ ପସନ୍ଦ କରୁଛନ୍ତି। କେହି କେହି ଚର୍ମ ସୁରକ୍ଷା ପାଇଁ ଏହାକୁ ପିନ୍ଧୁଥିଲାବେଳେ, ଆଉ କେହି ଏହାକୁ ଫ୍ୟାଶନ୍‌ରେ ନୂଆ ଟ୍ରେଣ୍ଡ ଭାବେ ଗ୍ରହଣ କରୁଛନ୍ତି। ପୁଅ ହୁଅନ୍ତୁ ବା ଝିଅ, ଧିରେ ଧିରେ ସମସ୍ତେ ଏହି ଅର୍ଗାନିକ୍‌ ପୋଷାକ ପ୍ରେମରେ ପଡ଼ିବାରେ ଲାଗିଛନ୍ତି।

ପ୍ରଦୂଷଣ ଉପରେ ନିୟନ୍ତ୍ରଣ
ଅର୍ଗାନିକ୍‌ ଫ୍ୟାଶନ୍‌ ଦ୍ବାରା ପରିବେଶ ପ୍ରଦୂଷଣ ଉପରେ ନିୟନ୍ତ୍ରଣ ରଖାଯାଇ ପାରୁଛି। ଦିଲ୍ଲୀର ଅର୍ଗାନିକ୍‌ ଫ୍ୟାଶନ୍‌ ଷ୍ଟୋର୍‌ର ସଞ୍ଚାଳକ ମମତାଙ୍କ କହିବାନୁସାରେ ଟେକ୍ସଟାଇଲ୍‌ରେ ଯେଉଁ ରଙ୍ଗ ଦିଆଯାଉଛି, ସେଥିପାଇଁ ଗ୍ଲୋବାଲ୍‌ ୱାର୍ମିଂ ବଢ଼ୁଛି। ଡିଜାଇନରମାନେ ଏବେ ଏହି ସମସ୍ୟାର ସମାଧାନ ପାଇଁ ଅର୍ଗାନିକ ରଙ୍ଗ ବ୍ୟବହାର କରୁଛନ୍ତି। ହର୍ବାଲ ଜିନିଷରେ ତିଆରି କପଡ଼ା ଏବେ ସହରୀ ଲୋକଙ୍କ ପାଇଁ ନୂଆ ଟ୍ରେଣ୍ଡ। ଲୋକେ ଏହାକୁ ବେଶ୍‌ ଆଗ୍ରହର ସହ ଗ୍ରହଣ କରୁଛନ୍ତି ବୋଲି ସେ କହିଛନ୍ତି।


ପ୍ରାକୃତିକ ରଙ୍ଗର ଚାହିଦା
ଏହି ପରିବେଶ ଅନୁକୂଳ ପୋଷାକରେ ଅର୍ଗାନିକ କଟନ୍‌, ବାମ୍ବୋ ଫାବ୍ରିକ୍‌ ଏବଂ ହାତ ବୁଣା ଖଦି କପଡ଼ା ବ୍ୟବହାର କରାଯାଇଥାଏ। ଏଥିରେ ପ୍ରାକୃତିକ ଉପାୟରେ ମଧ୍ୟ ରଙ୍ଗ ବାହାରିଥାଏ। ଏହି ପୋଷାକ ତ୍ବଚା ଉପରେ କୌଣସି ଏଲର୍ଜି ହେବାକୁ ଦିଏ ନାହିଁ। ଗରମ ଦିନେ ତ ସ୍ବାସ୍ଥ୍ୟ ପାଇଁ ଏହା ବରଦାନ ସଦୃଶ। ବଡ଼ ବଡ଼ ସହରରେ ଏବେ ଅର୍ଗାନିକ୍‌ ପୋଷାକର ଚାହିଦା ବହୁତ ବଢ଼ିଯାଇଛି।

ଯୁବପିଢ଼ି ଏହି କପଡ଼ାକୁ ଆରାମରେ ପରିବେଶ ସହିତ ମଧ୍ୟ ଯୋଡ଼ୁଥିବାର ଦେଖିବାକୁ ମିଳୁଛି। ଫ୍ୟାଶନ୍‌ ସହିତ ଲୋକେ ପରିବେଶ ପ୍ରଦୂଷଣ ରୋକିବା ଲାଗି ସଚେତନ ହୋଇପଡ଼ିଛନ୍ତି। ଏଥିପାଇଁ ଅଧିକ ଖର୍ଚ୍ଚ କରିବାକୁ ପଛାଉ ନାହାନ୍ତି। ନରମ ଏବଂ ଆରାମଦାୟକ ହୋଇଥିବାରୁ ଲୋକେ ଏହି ପରିବେଶ ଅନୁକୂଳ କପଡ଼ା ପିନ୍ଧିବାକୁ ବେଶୀ ପସନ୍ଦ କରୁଛନ୍ତି।

ଅର୍ଗାନିକ ପ୍ରକ୍ରିୟାରେ ପୋଷାକ ତିଆରି କରିବାରେ ବେଶୀ ସମୟ ଲାଗିଥାଏ ସତ, କିନ୍ତୁ ପ୍ରକୃତି ପାଇଁ ଏହା ଅତି ଉତ୍ତମ। ଅର୍ଗାନିକ ପୋଷାକକୁ ନେଇ ଡିଜାଇନର୍ସଙ୍କ ଠାରୁ ଉପଭୋକ୍ତାଙ୍କ ମଧ୍ୟରେ ସଚେତନତା ବଢ଼ିବାରେ ଲାଗିଛି। ଏହା ଏକ ସକାରାତ୍ମକ ପରିବର୍ତ୍ତନ। ଫ୍ୟାଶନ୍‌ ଦୁନିଆ ମଧ୍ୟ ଏହାକୁ ବେଶ୍‌ ସମର୍ଥନ କରୁଛି। ଭାରତୀୟ ସଂସ୍କୃତିରେ ଅର୍ଗାନିକ ପ୍ରିଣ୍ଟ କାହିଁ କେଉଁ କାଳରୁ ଚାଲି ଆସିଛି। ଅର୍ଗାନିକ କପଡ଼ାରେ ତିଆରି ପୋଷାକ ପିନ୍ଧି ନିଜ ଶରୀର ସହ ପରିବେଶକୁ ରକ୍ଷା କରିବାର ସମୟ ଏବେ ପୁଣି ଆସିଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?