ପୋଖରୀରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ


ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ବଡ଼କୂଳ ପଞ୍ଚାୟତ ବୋରିଆ ସାହିରେ ପାଣିରେ ବୁଡ଼ି ୩ ନାବାଳିକାଙ୍କ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ଗାଁ ପୋଖରୀକୁ ୩ଜଣ ନାବାଳିକା ଗାଧୋଇବାକୁ ଯାଇଥିଲାବେଳେ ପାଣିରେ ବୁଡ଼ିଯାଇଥିଲେ। ଏମାନଙ୍କୁ ଉଦ୍ଧାର କରାଯାଇ ବାଣପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତରଖାନାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ପର ପତ୍ନୀ ଅପହରଣ ପାଇଁ
ନାଇଜେରିଆରେ ୱେଡେବ ନାମରେ ଗୋଟିଏ ଉପଜାତି ଅଛନ୍ତି। ବାଲ୍ୟକାଳରୁ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥାଏ। କିନ୍ତୁ ସେପ୍ଟେମ୍ବର ମାସରେ ଗେରେଓ୍ୱଲ ପର୍ବରେ ବାସ୍ତବ ବିବାହ ଅନୁଷ୍ଠିତ ହୁଏ। ସମ୍ପ୍ରଦାୟର ସମସ୍ତ ଯୁବକ ଓ ଯୁବତୀ ସାତ ଦିନ ବ୍ୟାପୀ ଏହି ମେଳାରେ ଉପସ୍ଥିତ ହୁଅନ୍ତି। ପୁରୁଷମାନେ ଭଳିକି ଭଳି ରଙ୍ଗବେରଙ୍ଗର ପୋଷାକ ପିନ୍ଧି ନୃତ୍ୟ ପ୍ରତିଯୋଗିତାରେ ଭାଗନିଅନ୍ତି। ମହିଳାମାନେ ବିଚାରକ ରହନ୍ତି। ଏହି ପର୍ବରେ ମହିଳାମାନେ ପ୍ରାୟ ଉଲଗ୍ନ ରହିଥାନ୍ତି। କୌଶଳକ୍ରମେ ଯଦି କେହି ପୁରୁଷ କୌଣସି ମହିଳାକୁ ସଫଳତାର ସହିତ ଅପହରଣ କରିନିଏ, ସେମାନଙ୍କୁ ପତି ପତ୍ନୀ ଭାବେ ସ୍ବୀକୃତି ମିଳିଯାଏ। ଏହି ଉପଜାତିରେ ଆଉ ଏକ ପରମ୍ପରା ଅଛି। କୌଣସି ବି ମହିଳା ମନଇଛା ସ୍ବାମୀ ଗ୍ରହଣ କରିପାରିବେ। କିନ୍ତୁ କୌଣସି ପୁରୁଷଙ୍କ ନିମନ୍ତେ ଏ ନିୟମ ଲାଗୁ ହୁଏ ନାହିଁ।

ଜନମତ

ଶ୍ରୀମନ୍ଦିରରେ ସେବାୟତଙ୍କ ମନମୁଖୀ କାର୍ଯ୍ୟକଳାପ ଓ ପ୍ରଶାସନର ପରିଚାଳନାଗତ ତ୍ରୁଟିକୁ ରୋକିବା ଲାଗି ସୁପ୍ରିମକୋର୍ଟ ଯେଉଁ ପଦକ୍ଷେପ ନେଇଛନ୍ତି, ସେଥିରେ ଆପଣ ଏକମତ ତ ?