Pratinidhi Odia

କୁଲ୍‌ପ୍ୟାଡ ନୋଟ୍‌ ୫ ଲାଇଟ୍‌ର ଭାରତୀୟ ବଜାର ପ୍ରବେଶ

୪ଜି ଭୋଲ୍ଟି ସପୋର୍ଟ ଓ ୩ଜିବି ରାମ୍‌ର ଏହି ସ୍ମାର୍ଟଫୋନର ମୂଲ୍ୟ ୮,୧୯୯

୫ ଇଞ୍ଚ ଡିସ୍‌ପ୍ଲେ ଓ କ୍ବାର୍ଡକୋର ପ୍ରୋସେସରଯୁକ୍ତ ନୂଆ ସ୍ମାର୍ଟଫୋନ କୁଲପ୍ୟାଡ ନୋଟ ୫ ଲାଇଟ୍‌
ଭାରତରେ କୁଲ୍‌ପ୍ୟାଡ ପକ୍ଷରୁ ମାର୍ଚ୍ଚ ୧୬ରେ କୁଲପ୍ୟାଡ ନୋଟ ୫ ଲାଇଟ୍‌ ବ୍ରାଣ୍ଡ୍‌ର ଏକ ନୂଆ ସ୍ମାର୍ଟଫୋନ୍ ଲଞ୍ଚ କରାଯାଇଛି। ସେପ୍ଟେମ୍ବର ୨୦୧୬ରେ ଲଞ୍ଚ ହୋଇଥିବା କୁଲପ୍ୟାଡ ନୋଟ ୫ ସ୍ମାର୍ଟଫୋନର ଏହା ବେସିକ୍‌ ଭର୍ସନ। ମାର୍ଚ୍ଚ ୨୧ରୁ ଆମାଜନ ଇଣ୍ଡିଆ ଇ-କମର୍ସ ସାଇଟ୍‌ରେ ସ୍ବତନ୍ତ୍ର ଭାବେ ଏହାର ବିକ୍ରି ଆରମ୍ଭ ହୋଇଛି। ୮,୧୯୯ ଟଙ୍କା ମୂଲ୍ୟର ଏହି ସ୍ମାର୍ଟଫୋନ୍‌ଟି ଏବେ ଗୋଲ୍ଡ ଓ ଗ୍ରେ ରଙ୍ଗରେ ଉପଲବ୍ଧ।

ଆଣ୍ଡ୍ରଏଡ୍‌ ୬.୦ ମାର୍ଶମଲାଉ ଆଧାରରେ କୁଲ ୟୁଆଇ ୮.୦ ଦ୍ବାରା କୁଲପ୍ୟାଡ ନୋଟ ୫ ଲାଇଟ ଡୁଆଲ ସିମ୍‌ ସ୍ମାର୍ଟଫୋନଟି ପରିଚାଳିତ। ଏଥିରେ ୫ ଇଞ୍ଚ ବିଶିଷ୍ଟ ଏଚ୍‌ଡି (୭୨୦x୧୨୮୦), ୨.୫ ଡି କର୍ଭଡ ଗ୍ଲାସ ଆଇପିଏସ୍‌ ଡିସପ୍ଲେ ରହିଛି, ଯାହାର ପିକ୍ସେଲ ଡେନ୍‌ସିଟି ୨୯୪ ପିପିଆଇ ଏବଂ ସ୍କ୍ରିନ ଓ ବଡିର ଅନୁପାତ ୭୦.୬। ଏହା ୧ ଗିଗାହର୍ଜ କ୍ବାଡ୍‌-କୋର ମିଡିଆ ଟେକ୍‌ ଏମ୍‌ଟି ୬୭୩୫ ସିପି ଏସ୍‌ଓସି ସହ ୩ ଜିବି ରାମ୍‌ ଓ ମାଲି ୭୨୦ ଜିପିୟୁ ଦ୍ବାରା ପରିପୁଷ୍ଟ। ଏଥିରେ ୧୩ ମେଗାପିକ୍ସେଲ ରିଅର କ୍ୟାମେରା ସହ ଡୁଆଲ ଏଲ୍‌ଇଡି ଫ୍ଲାଶ ଓ ୮ ମେଗାପିକ୍ସେଲ ଫ୍ରଣ୍ଟ କ୍ୟାମେରା ସହ ଏଲ୍‌ଇଡି ଫ୍ଲାଶ ରହିଛି। ଏହାର ବ୍ୟାକ୍‌ ପ୍ୟାନେଲରେ ଫିଙ୍ଗରପ୍ରିଣ୍ଟ ସେନ୍ସର ମଧ୍ୟ ରହିଛି।

ଏହାର ଇନବିଲ୍ଟ ଷ୍ଟୋରେଜ୍‌ କ୍ଷମତା ୧୬ ଜିବି, ଯାହାକୁ ମାଇକ୍ରୋ ଏସ୍‌ଡି କାର୍ଡ ଯୋଗେ ୬୪ ଜିବି ପର୍ଯ୍ୟନ୍ତ ବଢ଼ାଯାଇ ପାରିବ। ଏଥିରେ ୟୁଏସ୍‌ବି ଓଟିଜି ସପୋର୍ଟ ମଧ୍ୟ ରହିଛି। ଏହାର କନେକ୍ଟିଭିଟି ଅପ୍‌ସନ ମଧ୍ୟରେ ୪ଜି ଭୋଲ୍ଟି, ୱାଇ-ଫାଇ ୮୦୨, ୧୧ ବି/ଜି/ଏନ୍‌, ବ୍ଲୁଟୁଥ ଭର୍ସନ ୪.୦, ୩.୫ ଏମ୍‌ଏମ୍‌ ଅଡିଓ ଜ୍ୟାକ୍‌ ଓ ମାଇକ୍ରୋ-ୟୁଏସ୍‌ବି ଆଦି ରହିଛି। ଏହାର ବୋର୍ଡରେ ଥିବା ସେନ୍ସରରେ ଆକ୍ସିଲରୋମିଟର, ଆମ୍ବିଏଣ୍ଟ ଲାଇଟ ସେନ୍ସର ଓ ପ୍ରକ୍ସିମିଟି ସେନ୍ସର ରହିଛି। ୧୪୮ ଗ୍ରାମ ଓଜନ ଓ ୧୪୫.୩ x ୭୨.୩ x ୮.୭ ଏମ୍‌ଏମ୍‌ ଆକାରର ଏହି ସ୍ମାର୍ଟଫୋନରେ ୨୫୦୦ ଏମ୍‌ଏଏଚ୍‌ କ୍ଷମତାର ବ୍ୟାଟେରୀ ରହିଛି, ଯାହା କି ୨୦୦ ଘଣ୍ଟା ସମୟ ଷ୍ଟାଣ୍ଡବାଏ ଦେଇପାରିବ।

ଦେଶର ୨୯ଟି ରାଜ୍ୟରେ କୁଲପ୍ୟାଡ୍‌ର ୩୮୦ଟି ସେବାକେନ୍ଦ୍ର ରହିଛି। ସାରା ବିଶ୍ବରେ ୨ ମିଲିଅନ କୁଲପ୍ୟାଡ କୁଲ ୧ ଡୁଆଲ ସ୍ମାର୍ଟଫୋନ ବିକ୍ରି ହୋଇଥିବା କୁଲପ୍ୟାଡ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?