Pratinidhi Odia

ରେକର୍ଡ ରଚିବେ ରୋନାଲ୍ଡୋ!

୪୬ ବର୍ଷ ପରେ ୟୁରୋପୀୟ ଲିଗ୍‌ରେ ସର୍ବାଧିକ ଗୋଲ ସ୍କୋରର ହେବା ଅପେକ୍ଷାରେ

ପର୍ତ୍ତୁଗୀଜ୍‌ ତାରକା ଫୁଟ୍‌ବଲର କ୍ରିଷ୍ଟିଆନୋ ରୋନାଲ୍ଡୋ ଓ ବ୍ରିଟିଶ୍‌ ଫୁଟବଲର ଜିମ୍ମି ଗ୍ରିଭ୍‌ସ
ଫୁଟବଲ ଦୁନିଆରେ ଏକ ଚର୍ଚ୍ଚିତ ନାମ କ୍ରିଷ୍ଟିଆନୋ ରୋନାଲ୍ଡୋ। ପର୍ତ୍ତୁଗାଲର ଏହି ଷ୍ଟାର ଫରୱାର୍ଡ ତଥା ଅଧିନାୟକ ଦେଶ ପାଇଁ ଖେଳି ଯେତିକି ସୁନାମ ଅର୍ଜିଛନ୍ତି, ୟୁରୋପିଆନ ଲିଗ୍‌ରେ ମଧ୍ୟ ରିଅଲ ମାଦ୍ରିଦ ପାଇଁ ଖେଳି ସେତିକି ଚର୍ଚ୍ଚିତ ହୋଇଛନ୍ତି। ଅନେକ ରେକର୍ଡର ଅଧିକାରୀ ରୋନାଲ୍ଡୋ ଏବେ ୪୬ ବର୍ଷ ପରେ ୟୁରୋପୀୟ ଲିଗ୍‌ର ଟପ୍‌ ସ୍କୋରର ହେବା ଅପେକ୍ଷାରେ। ନିକଟରେ ସେ ରେକର୍ଡଧାରୀ ଇଂଲଣ୍ଡର ଜିମ୍ମି ଗ୍ରିଭ୍‌ସଙ୍କ ରେକର୍ଡର ନିକଟବର୍ତ୍ତୀ ହୋଇଛନ୍ତି। ଗ୍ରିଭ୍‌ସ ୟୁରୋପୀୟ ଲିଗ୍‌ରେ ସର୍ବାଧିକ ୩୬୬ଟି ଗୋଲ କରିଥିବା ବେଳେ ରୋନାଲ୍ଡୋ ଏଯାବତ୍‌ ୩୬୫ଟି ଗୋଲ କରି ସାରିଲେଣି।

ଫୁଟବଲ ପଡ଼ିଆରେ ରେକର୍ଡ ହେଉ ବା ନାମୀ ବ୍ରାଣ୍ଡ୍‌ର ବିଜ୍ଞାପନ ପ୍ରଚାର ପ୍ରସାର ହେଉ ସର୍ବଦା ଚର୍ଚ୍ଚାରେ ରହିଆସିଛନ୍ତି ପର୍ତ୍ତୁଗାଲ ତଥା ରିଅଲ ମାଦ୍ରିଦର ୩୨ ବର୍ଷୀୟ ତାରକା ଫୁଟବଲର କ୍ରିଷ୍ଟିଆନୋ ରୋନାଲ୍ଡୋ। ଅଧୁନା ସେ ପର୍ତ୍ତୁଗୀଜ ପ୍ରିମିଅରା ଲିଗ୍‌, ପ୍ରିମିଅର ଲିଗ୍‌ ଓ ଲା ଲିଗା ଆଦି ୟୁରୋପୀୟ ଲିଗ୍‌ରେ ରିଅଲ ମାଦ୍ରିଦ୍‌ର ପ୍ରତିନିଧିତ୍ବ କରୁଛନ୍ତି। ନିକଟରେ ଲା ଲିଗାରେ ଲାମ୍‌ ପାଲ୍‌ମାସ ବିପକ୍ଷ ଏକ ମ୍ୟାଚରେ ସେ ରିଅଲ ମାଦ୍ରିଦ ପକ୍ଷରୁ ୨ଟି ଗୋଲ ଦେଇ ୟୁରୋପୀୟ ଲିଗ୍‌ରେ ଟପ୍‌ ଗୋଲ ସ୍କୋରର ହେବା ଅପେକ୍ଷାରେ ରହିଛନ୍ତି। ଏହି ଦୁଇଟି ଗୋଲକୁ ମିଶାଇ ଏଯାବତ୍‌ ରୋନାଲ୍ଡୋ ୟୁରୋପୀୟ ଲିଗ୍‌ରେ ୩୬୫ଟି ଗୋଲ ସ୍କୋର କରିଛନ୍ତି। ଅପରପକ୍ଷେ ୟୁରୋପୀୟ ଲିଗ୍‌ର ଟପ୍‌ ସ୍କୋରର୍‌ ଜିମ୍ମି ଗ୍ରିଭ୍‌ସ ୩୬୬ଟି ଗୋଲ ସ୍କୋର କରିଛନ୍ତି। ଖୁବ୍‌ଶୀଘ୍ର ରୋନାଲ୍ଡୋ ଏହି ରେକର୍ଡର ସମକକ୍ଷ ହେବା ସହ ଏହାକୁ ଅତିକ୍ରମ କରିବେ ବୋଳି ଆଶା କରାଯାଉଛି। ରିଅଲ ମାଦ୍ରିଦ୍‌ ଓ ଲାସ୍‌ ପାଲମାସ ମଧ୍ୟରେ ଏହି ମ୍ୟାଚ ୩-୩ରେ ଡ୍ର ରହିଛି।

ୟୁରୋପୀୟ ଲିଗ୍‌ରେ ଗୋଲ୍‌କୁ ନେଇ ରୋନାଲ୍ଡୋ ତାଙ୍କ ପ୍ରତିଦ୍ବନ୍ଦ୍ବୀ ତାରକା ଖେଳାଳିଙ୍କ ଠାରୁ ଢେର ଆଗରେ ଅଛନ୍ତି। ତାଙ୍କ ପଛକୁ ଆର୍ଜେଣ୍ଟିନା ତଥା ବାର୍ସେଲୋନାର ଷ୍ଟାର ଫରୱାର୍ଡ ଲିଓନେଲ ମେସ୍ସି ୩୩୩ଟି ଗୋଲ କରିଥିବା ବେଳେ ଇଂଲଣ୍ଡ ତଥା ମାଞ୍ଚେଷ୍ଟର ୟୁନାଇଟେଡ୍‌ର ତାରକା ଖେଳାଳି ୱେନ ରୁନି ୧୯୫ଟି ଗୋଲ କରିଛନ୍ତି। ଏହା ବ୍ୟତୀତ ପାଲମାସ ବିପକ୍ଷ ମ୍ୟାଚ୍‌ରେ ରିଅଲ ମାଦ୍ରିଦ୍‌ ସର୍ବାଧିକ ଥର ଖେଳର ପ୍ରଥମ ୮ ମିନିଟ୍‌ରେ ଗୋଲ କରି ଏଫ୍‌ସି ବାର୍ସେଲୋନାର ୭୩ବର୍ଷର ରେକର୍ଡ ଭାଙ୍ଗିଛି। ରିଅଲ ମାଦ୍ରିଦ୍‌ ୪୫ ଥର ଏହି ସଫଳତା ହାସଲ କରିଥିବା ବେଳେ ଏଫ୍‌ସି ବାର୍ସେଲୋନା ୧୯୪୪ରେ ୪୪ଥର ଏହା କରିଥିଲା। ଏହାର ଶ୍ରେୟ ବି ରୋନାଲ୍ଡୋଙ୍କୁ ଯାଉଛି। କାରଣ ରେନାଲ୍ଡୋ ହିଁ ଏହି ପ୍ରଥମ ଗୋଲ୍‌ଟି ସ୍କୋର କରିଛନ୍ତି।

ଏବେ ୟୁରୋପୀୟ ଲିଗ୍‌ରେ ସର୍ବାଧିକ ଗୋଲ ସ୍କୋର କରିବାର ଗ୍ରିଭ୍‌ସଙ୍କ ରେକର୍ଡଠାରୁ ଆଉ ଗୋଟିଏ ଗୋଲ ପଛରେ ଅଛନ୍ତି ରୋନାଲ୍ଡୋ। ବ୍ରିଟିଶ୍‌ ତାରକା ଖେଳାଳି ଗ୍ରିଭ୍‌ସ ଚେଲ୍‌ସି, ଟ
ଟ୍ଟନହାମ ହୋତ୍‌ସପୁର, ଏସି ମିଲାନ ପାଇଁ ଖେଳୁଥିବାବେଳେ ରୋନାଲ୍ଡୋ ସ୍ପୋର୍ଟିଂ ସିପି, ମାଞ୍ଚେଷ୍ଟର ୟୁନାଇଟେଡ୍‌ ଓ ରିଅଲ ମାଦ୍ରିଦ୍‌ ପାଇଁ ଖେଳୁଛନ୍ତି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?