Pratinidhi Odia

ଗୁଜରାଟ ନିର୍ବାଚନ: ବିଜେପିକୁ ସମର୍ଥନ ଦେବ ଏଲ୍‌ଜେପି


ଅହମଦାବାଦ: ଆସନ୍ତା ମାସରେ ଗୁଜରାଟ ବିଧାନସଭା ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ କରାଯିବ। ଏଥିରେ ଶାସକ ଦଳ ବିଜେପି ବହୁମତ ହାସଲ କରିବା ପାଇଁ ଆଶା ବାନ୍ଧିଥିବା ବେଳେ ଦଳର ସମସ୍ତ ରଣନୀତିକୁ ଅକାମୀ କରିବା ସକାଶେ ବିରୋଧୀ ଦଳମାନେ ଲାଗିପଡ଼ିଛନ୍ତି। ତେବେ ଗୁଜରାଟ ବିଜେପିକୁ ଶୁକ୍ରବାର ଲୋକ ଜନଶକ୍ତି ପାର୍ଟି (ଏଲ୍‌ଜେପି)ର ସମର୍ଥନ ହାସଲ ହୋଇଛି। ତେବେ ନିର୍ବାଚନରେ ଦଳ କୌଣସି ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବା ପାଇଁ ମଇଦାନକୁ ଛାଡ଼ିବ ନାହିଁ ବୋଲି ସ୍ପଷ୍ଟ କରିଛି।

ଏଲ୍‌ଜେପିର ସମର୍ଥନ ହାସଲ କରିବା ପରେ ଦଳର ମୁଖ୍ୟ ତଥା ପୂର୍ବତନ ମନ୍ତ୍ରୀ ରାମବିଳାସ ପାଶ୍ବାନ୍‌ଙ୍କ ମାଧ୍ୟମରେ ବିଜେପି ଗୁଜରାଟ ନିର୍ବାଚନରେ ଦଳିତ ଭୋଟର୍‌ଙ୍କ ମତ ପାଇବା ପାଇଁ ଆଶା କରିଛି। ଏ ସଂକ୍ରାନ୍ତରେ ଏଲ୍‌ଜେପିର ସଂସଦୀୟ ବୋର୍ଡ ମୁଖ୍ୟ ଚିରାଗ୍‌ ପାଶ୍ବାନ୍‌ କହିଛନ୍ତି ଯେ ଆଗାମୀ ନିର୍ବାଚନରେ ଆମେ ବିଜେପିକୁ ପୂର୍ଣ୍ଣ ସମର୍ଥନ ଯୋଗାଇଦେବୁ ଓ ଦଳର କୌଣସି ପ୍ରାର୍ଥୀ ନିର୍ବାଚନ ଲଢ଼ିବେ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?