Pratinidhi Odia

ଫୁଟବଲର୍‌ରୁ ଆତଙ୍କବାଦୀ ସାଜିଥିବା ଯୁବକଙ୍କ ଘରବାହୁଡ଼ା


ଶ୍ରୀନଗର: ଫୁଟବଲର୍‌ରୁ ଆତଙ୍କବାଦୀ ସାଜିଥିବା ମାଜିଦ ଅରସିଦ୍‌ ସମାଜର ମୁଖ୍ୟ ସ୍ରୋତକୁ ଫେରିବାକୁ ଇଚ୍ଛା ପ୍ରକଟ କରିଛନ୍ତି। ନିଜ ଘରକୁ ଫେରି ମା’କୁ ଦେଖି କଥାବାର୍ତ୍ତା ହେବା ପାଇଁ ମାଜିଦ୍‌ ଜମ୍ମୁ-କଶ୍ମୀରରେ ଭାରତୀୟ ସେନାର ୧- ରାଷ୍ଟ୍ରୀୟ ରାଇଫଲ ନିକଟରେ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ସୋସାଲ ମିଡିଆରେ ରାଇଫଲ ସହ ଫଟୋକୁ ନେଇ ଚର୍ଚ୍ଚାକୁ ଆସିଥିବା ମାଜିଦ୍‌ କିଛି ଦିନ ତଳେ ଫୁଟ୍‌ବଲ୍‌ ଖେଳ ଛାଡ଼ି କୁଖ୍ୟାତ ଆତଙ୍କବାଦୀ ଗୋଷ୍ଠୀ ଲସ୍କର୍‌-ଏ-ତୋଇବାରେ ସାମିଲ୍‌ ହୋଇଥିଲା।

ଏହାକୁ ନେଇ ମାଜିଦ୍‌ର ମା’ ସୋସାଲ୍‌ ମିଡିଆ ମାଧ୍ୟମରେ ପୁଅକୁ ଫେରି ଆସିବାକୁ ନିବେଦନ କରିଥିଲେ। ମାଜିଦଙ୍କ ପରିବାରବର୍ଗଙ୍କ ସହ ସାଙ୍ଗସାଥି ସମସ୍ତେ ମାଜିଦଙ୍କୁ ନେଇ ଚିନ୍ତିତ ଥିଲେ। ତେବେ ମା’ର କଥା ଶୁଣିବା ପରେ ମାଜିଦ୍‌ ଘରକୁ ଫେରିଆସିଛନ୍ତି। ଏବେ ସେନା ଓ ଜମ୍ମୁ-କଶ୍ମୀର ପୋଲିସ୍ ମାଜିଦକୁ ପଚରାଉଚରା କରୁଛି। ପଚରାଉଚରା ପରେ ତାଙ୍କୁ ତାଙ୍କ ବାପା-ମା’ଙ୍କୁ ହସ୍ତାନ୍ତର କରାଯିବ ବୋଲି ପୋଲିସ୍‌ ପକ୍ଷରୁ କୁହାଯାଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?