Pratinidhi Odia

ସହଜରେ ପରଷନ୍ତୁ ଦହି କବାବ

ଅନ୍ୟ ଆମିଷ ଓ ନିରାମିଷ କବାବ୍ ଭଳି ଏହାର ସ୍ବାଦ ନିଆରା

ପାର୍ଟି ସ୍ନାକ୍ସ ଭାବେ ଜଣାଶୁଣା ଭିନ୍ନ ଭିନ୍ନ କବାବ୍‌ର ସବୁବେଳେ ଚାହିଦା ରହିଛି । ତନ୍ମଧ୍ୟରେ ମୁର୍ଗ ପାଲକ କୋର୍ମା, ଗଲୌଟି, ଶମି, ସୀଖ୍ କବାବ୍ ଭଳି ଆମିଷ କବାବ୍ ଏବଂ ପଟାଟୋ ମଶ୍ରୁମ୍ ଚଟ୍‌ପଟି କୋକୋନଟ୍, ହରା ମସାଲା, ରାଜ୍‌ମା, ପିଆଜି କବାବ୍ ଭଳି ନିରାମିଷ କବାବ୍ ବେଶ୍ ଜଣାଶୁଣା । ସେହିପରି ଦହି କବାବ୍ ଏକ ନିରାମିଷ କବାବ୍, ଯାହାର ସ୍ବାଦ ନିଆରା । ସହଜରେ ଘରେ ଏହ କବାବ୍ ତିଆରି କରି ଖାଆନ୍ତୁ ଓ ଖୁଆନ୍ତୁ ।

କ’ଣ ଦରକାର
୩ କପ୍ ବସା ଦହି, ୧ଟା କଟା ପିଆଜ, ୨୦ ଗ୍ରାମ୍ କଟା ଅଦା, ୩-୪ଟି କଞ୍ଚା ଲଙ୍କା, ଅଧ ଚାମଚ ହଳଦୀ ଗୁଣ୍ଡ, ୧ ଚାମଚ ଶୁଖିଲା ଲଙ୍କା ଗୁଣ୍ଡ, ୧ ଚାମଚ ଗରମ ମସଲା, ଅଧ ଚାମଚ କସୁରି ମେଥି, ଦୁଇ ଚାମଚ କଟା ଧନିଆ ପତ୍ର, ୧ କପ୍ କର୍ଣ୍ଣଫ୍ଲୋର, ୨ଟି କଟା ଟମାଟୋ, ୧ କପ୍ ବ୍ରେଡ୍ କ୍ରମ୍ପସ୍, ଛାଣିବା ପାଇଁ ତେଲ ଓ ଲୁଣ ସ୍ବାଦାନୁସାରେ ।

ପ୍ରସ୍ତୁତି ପ୍ରଣାଳୀ
ପ୍ରଥମେ ଏକ ପାତ୍ରରେ ଦହି ରଖନ୍ତୁ । ଏଥିରେ କଟା ପିଆଜ, ଅଦା ଏବଂ କଞ୍ଚା ଲଙ୍କା, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, କସୁରି ମେଥି, ଗରମ ମସଲା ଏବଂ ଧନିଆ ପତ୍ର ପକାଇ ଭଲ ଭାବେ ମିଶାନ୍ତୁ । ଏବେ ଏଥରେ କର୍ଣ୍ଣଫ୍ଲୋର ପକାଇ ଗୋଳାନ୍ତୁ । ଏହାକୁ ସମାନ ଭାବରେ ବାଣ୍ଟି ନିଜ ପସନ୍ଦ ମୁତାବକ ଆକାର ଦିଅନ୍ତୁ । ଏହାକୁ ବ୍ରେଡ୍ କ୍ରମ୍ପସ୍‌ରେ  ରୋଲ୍ କରନ୍ତୁ । ତେଲ ଗରମ କରି ଏଥିରେ କବାବକୁ ଗୋଲ୍ଡେନ୍ ହେବା ପର୍ଯ୍ୟନ୍ତ ଛାଣନ୍ତୁ   । ଏହାକୁ ଆପଣ କମ୍ ତେଲରେ ଫ୍ରାଏ ବି କରିପାରିବେ । ପ୍ଲେଟ୍କୁ ବାହାର କରି କଟା ଟମାଟୋରେ ସଜାନ୍ତୁ । ନିଜ ପସନ୍ଦର ଚଟଣୀ ସହିତ ଗରମ ଗରମ ପରଷନ୍ତୁ ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!