Pratinidhi Odia

ମେଲଘରରେ ମଳିନ ଦିଶୁଛି ଓଡ଼ିଶା

ଓଡ଼ିଶାର ଗରିବୀକୁ ନେଇ ଖାଲି ବାକ୍‌ବିତଣ୍ଡା, ହେଲେ ସୁଧୁରୁନି ସ୍ଥିତି

ଗ୍ରାମୀଣ ଓଡ଼ିଶାର ଚିତ୍ର ଓ ପତ୍ନୀ ଶବ କାନ୍ଧରେ ବୋହି ନେଉଥିବା ଦାନ ମାଝୀ
ବରଗଡ଼ ବିଜେଡି ବିଧାୟକ କହିଲେ ଖଇନୁ ବଗର୍ତ୍ତିର କ୍ଷେତମୁଣ୍ଡକୁ ପହଞ୍ଚିପାରିଲାନି ପାଣି। ଜଳ ଅଭାବରୁ ମରୁଡ଼ିରେ ଫସଲ ମଲା। ଚିନ୍ତାଗ୍ରସ୍ତ ଖଇନୁ ୠଣ ଚାପରେ ଆତ୍ମହତ୍ୟା କଲା। ଜିଲାପାଳଙ୍କ ରିପୋର୍ଟ ଆଧାରରେ କୃଷିମନ୍ତ୍ରୀ ବିଧାନସଭାକୁ ଦେଲେ ଭିନ୍ନ ଏକ ଚିତ୍ର। ଚାଷୀ ଫସଲ ପାଇଁ ନୁହେଁ, ମରିଛି ଘରକଳି ସମାଧାନ କରି ନ ପାରି। ଦିନ ଦିପ୍ରହରରେ କୃଷିମନ୍ତ୍ରୀଙ୍କ ଲଣ୍ଠନ ଦେଖାକୁ ମୃତଚାଷୀର ସାହିଭାଇ ବି ସହି ପାରିଲେନି। ଚାପରେ ପଡ଼ି ବରଗଡ଼ ଜିଲାପାଳ ତଦନ୍ତ ପାଇଁ ଚାଷୀ ଘରେ ପହଞ୍ଚିଲେ। ଚାଷୀ ଅଭାବ ସହ ଲଢ଼ୁଥିବା ମାନିଲେ। କିନ୍ତୁ ରିପୋର୍ଟ କଣ ଦେଲେ ତାହା ଲୁଚିରହିଛି। ସରକାର ମାନିବାକୁ ନାରାଜ ଯେ ଚାଷୀଙ୍କ ଜମିରେ ପାଣି ନାହିଁ...ଘରେ ବିଜୁଳି ପହଞ୍ଚିନି...ଫସଲ କିଣିବାକୁ ବଜାର ନାହିଁ...ବଜାର ଥିଲେ ଦର ଠିକ୍‌ ନାହିଁ...ଇତ୍ୟାଦି ଇତ୍ୟାଦି।

ସରକାର କହୁଛନ୍ତି ରାଜ୍ୟରେ ଗରିବ କମିଛନ୍ତି। ୮ ବର୍ଷରେ ୮୨ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଉଠିଥିବା ଦାବି କରିଛନ୍ତି। କିନ୍ତୁ କେନ୍ଦ୍ର ତଥ୍ୟ ଭିନ୍ନ ଚିତ୍ର ଦେଉଛି। କେନ୍ଦ୍ର ସରକାରଙ୍କ ତଥ୍ୟ ଅନୁସାରେ ରାଜ୍ୟରେ ଏବେ ମାତ୍ର ୧୧.୨୮ ଲକ୍ଷ ସ୍ବଚ୍ଛଳ ପରିବାରକୁ ଛାଡ଼ିଦେଲେ ବାକିସବୁ ଗରିବ। ୬୯.୨୯ ଲକ୍ଷ ପରିବାର ବିଭିନ୍ନ ଯୋଜନାରେ ବିଶେଷ କରି ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ହିତାଧିକାରୀ ବର୍ଗରେ ସାମିଲ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ମନ୍ତବ୍ୟକୁ ନେଇ ସଡ଼କ ଉପରକୁ ଓହ୍ଲାଇ ଆସିଥିବା ବିଜେଡି ନେତାମାନେ ଏହି ପରିସଂଖ୍ୟାନକୁ ନେଇ କାହିଁକି ନିରବ, ସେ କଥା ବୁଝାପଡ଼ୁନି।

ଉତ୍ତର ପ୍ରଦେଶର ନିର୍ବାଚନୀ ସଭାରେ ପ୍ରଧାନମନ୍ତ୍ରୀ ଓଡ଼ିଶାର ଗରିବୀ ଚିତ୍ରକୁ ନେଇ ଯେଉଁ ଭାଷଣ ଦେଲେ, ତାହା କେତେ ସତ୍ୟ କେତେ ଅବାସ୍ତବ ଜାଣିବା ପାଇଁ ହେଲେ ଆମକୁ ବାଦ ବିବାଦ ନ କରି ଦାନ ମାଝୀର ଗାଁ ମେଲଘରକୁ ଯିବାକୁ ହେବ। ନଗଡ଼ାର ଅଙ୍ଗନବାଡ଼ି କେନ୍ଦ୍ରରେ ପରଷାଯାଉଥିବା ଖାଦ୍ୟକୁ ଦେଖିବାକୁ ହେବ ଓ ତା’ପରେ ଯାଇ ଆମେ ସମୃଦ୍ଧ ଓ ଆମ ଚାଷୀ ସମୃଦ୍ଧିଶାଳୀ ବୋଲି ବିଧାନସଭାରୁ ବଡ଼ଦାଣ୍ଡ ଯାଏ କହିବା ପାଇଁ ଆମକୁ କେହି ରୋକି ପାରିବେ ନାହିଁ।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?