Pratinidhi Odia

ବିଜେପି ମୋଦି, ମୋଦି ବିଜେପି

ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ବଳରେ ରାଜ୍ୟ ପରେ ରାଜ୍ୟ ଦଖଲ କରୁଛି ବିଜେପି

ବାରାଣସୀଠାରେ ହୋଇଥିବା ରୋଡ୍‌ ଶୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ବିଜେପି ଏବେ ମୋଦିଙ୍କ ନାଁରେ ପରିଚିତ ହେଉଛି। ସେହି ନାଁ ଆସିଲେ ଭୋଟର ବିଜେପି କଥା ଭାବୁଛନ୍ତି। ଗୋଟିଏ ସମୟରେ ଇନ୍ଦିରା ଗାନ୍ଧି କହିଲେ ଯେପରି କଂଗ୍ରେସକୁ ବୁଝାଯାଉଥିଲା, ଏବେ ସେପରି ଭାରତୀୟ ଜନତା ପାର୍ଟି ପାଇଁ ମୋଦି ମନ୍ତ୍ର ଦଳକୁ ରକ୍ତ ଦେଇଛି, ଜୀବନ ଦେଇଛି। ସଦ୍ୟ ସମାପ୍ତ ଉତ୍ତର ପ୍ରଦେଶ ସାଧାରଣ ନିର୍ବାଚନରୁ ଏହା ସ୍ପଷ୍ଟ ହୋଇଯାଇଛି। ଦଳ ମୋଦିଙ୍କ ନାଁରେ ନିର୍ବାଚନ ଜିତିଛି। କେବଳ ମୋଦିଙ୍କ ଯୋଗୁଁ ଜିତିଲୁ ବୋଲି ସ୍ବୀକାର କରିଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ।

ଉତ୍ତର ପ୍ରଦେଶ ନିର୍ବାଚନରେ ମୋଟ ୪୦୩ ଆସନରୁ ୩୦୦ରୁ ଅଧିକ ଆସନ ବିଜେପି ଓ ମେଣ୍ଟ ସପକ୍ଷରେ ଯାଇଛି। ସ୍ବାଧୀନତା ପରେ ଏତେ ପରିମାଣର ଭୋଟ ଗୋଟିଏ ନିର୍ଦ୍ଦିଷ୍ଟ ଦଳକୁ ଯିବାକୁ ନେଇ ଖୋଦ୍‌ ବିଜେପି ନେତାମାନେ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ବିମୁଦ୍ରାୟନ ପ୍ରସଙ୍ଗରେ ମୋଦିଙ୍କ ମହତ୍ବ ହ୍ରାସ ପାଉଥିବା ନେଇ ବିରୋଧୀ ପ୍ରଚାର କରୁଥିବା ବେଳେ ମୋଦିଙ୍କ ବିଜେପି ଅପ୍ରତ୍ୟାଶିତ ବିପୁଳ ବିଜୟ ହାସଲ କରି ୨୦୧୯ ପାଇଁ ଏକ ସୁଗମ ମାର୍ଗ ପ୍ରସ୍ତୁତ କରୁଛି।

ଉତ୍ତର ପ୍ରଦେଶ, ପଞ୍ଜାବ, ଗୋଆ, ମଣିପୁର ଓ ଉତ୍ତରାଖଣ୍ଡ ଆଦି ୫ଟି ରାଜ୍ୟର ଜନାଦେଶ ପ୍ରଚଳିତ ରାଜ୍ୟ ସରକାର ବିରୋଧରେ ହିଁ ଯାଇଛି। ଗୋଆରେ ଶାସକ ବିଜେପିକୁ ପରାଜୟ ସ୍ବୀକାର କରିବାକୁ ପଡ଼ିଥିବା ବେଳେ ଉତ୍ତର ପ୍ରଦେଶରେ ଅଖିଳେଶଙ୍କୁ ମାଟି କାମୁଡ଼ିବାକୁ ପଡ଼ିଛି। ଉତ୍ତରାଖଣ୍ଡରେ ହରିଶ ରାୱତ ସରକାର ବିରୋଧରେ ଜନାଦେଶ ଯାଇଥିବା ବେଳେ ପଞ୍ଜାବରେ ଦୀର୍ଘ ବର୍ଷ ଧରି ଗାଦି ସମ୍ଭାଳିଥିବା ଅକାଳି-ବିଜେପି ମେଣ୍ଟକୁ ମଧ୍ୟ ବିଫଳତାକୁ ସାମ୍ନା କରିବାକୁ ପଡ଼ିଛି। ଏସବୁ ରାଜ୍ୟର ୬୯୦ଟି ବିଧାନସଭା ଆସନର ବଡ଼ ଲଢ଼େଇରେ ୧୬କୋଟି ଭୋଟର ମୋଦିଙ୍କୁ ଏକ ପ୍ରମୁଖ ନେତା ଭାବେ ମାନିନେବା ବିଜେପି ପାଇଁ ପ୍ରାଣଶକ୍ତି ହୋଇଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?