Pratinidhi Odia

ଫେରୁଛି ନୋଜ୍ ରିଙ୍ଗର ଟ୍ରେଣ୍ଡ

ଭିନ୍ନ ତଥା ଫ୍ୟାଶନେବଲ ଲୁକ୍ ପାଇଁ ବଢ଼ୁଛି ଚାହିଦା

ନୋଜ୍ ରିଙ୍ଗ ବା ନାକଫୁଲ ପିନ୍ଧିବାର ପ୍ରଥା ବହୁତ ପୁରୁଣା । ପ୍ରାଚୀନ କାଳରେ ନାରୀମାନେ ନାକରେ ଏକାଧିକ ଛିଦ୍ର କରି ବିଭିନ୍ନ ପ୍ରକାରର ନାକଫୁଲ ପିନ୍ଧୁଥିଲେ। ବିବାହ, ବ୍ରତରେ ନାକଫୁଲ ପିନ୍ଧିବା ଯେମିତି ବାଧ୍ୟତାମୂଳକ ଥିଲା । କାରଣ ଏହାକୁ ମହିଳାମାନଙ୍କ ସୌଭାଗ୍ୟର ପ୍ରତୀକ ଭାବେ ଗ୍ରହଣ କରାଯାଉଥିଲା । କାଳକ୍ରମେ ଏହାକୁ ଯୁବପିଢ଼ି ଆଉଟ୍‌ଡେଟେଡ୍ ମନେକରି ଫ୍ୟାଶନ୍ ଟ୍ରେଣ୍ଡରୁ ବାଦ୍ ଦେଇଥିଲେ । ମାତ୍ର ଏବେ ଏହି ନାକଫୁଲ ବା ନୋଜ୍ ରିଙ୍ଗ କେବଳ ବିବାହ, ବ୍ରତରେ ନୁହେଁ, ଫ୍ୟାଶନ୍ ଟ୍ରେଣ୍ଡରେ ପରିଣତ ହୋଇଛି । ଆଗଧାଡ଼ିର ବଲିଉଡ୍ ଫିଲ୍ମ ‘ଯୋଧା ଆକବର’ରେ ଐଶର୍ଯ୍ୟା ରାୟ ବଚ୍ଚନ ଏବଂ ‘ବାଜିରାଓ ମସ୍ତାନି’ ରେ ଦୀପିକା ପାଦୁକୋନ ଏବଂ ପ୍ରିୟଙ୍କା ଚୋପ୍ରାଙ୍କ ଆକର୍ଷକ ନୋଜ୍ ରିଙ୍ଗ ଝିଅମାନଙ୍କୁ ଆକର୍ଷିତ କରିଛି ।

ସବୁ ପ୍ରକାର ପୋଷାକ ସହ ପିନ୍ଧିପାରିବେ
ଏବେ ଏହି ନୋଜ୍ ରିଙ୍ଗ ଗୋଲ୍ଡେନ୍ ସହିତ ହ୍ବାଇଟ୍ ଗୋଲ୍ଡ, ପିଙ୍କ ଗୋଲ୍ଡ ଓ ଅନ୍ୟାନ୍ୟ ଧାତୁରେ ମଧ୍ୟ ମିଳୁଛି । ବଜାରରେ ସୁନା ବ୍ୟତୀତ ଆପଣଙ୍କ ବଜେଟ୍‌କୁ  ସୁହାଇଲା ଭଳି କୁନ୍ଦନ, ହୀରା ଏବଂ ରଙ୍ଗବେରଙ୍ଗ ଷ୍ଟୋନ୍‌ରେ ତିଆରି ନୋଜ୍ ରିଙ୍ଗ ମିଳୁଛି । ଗୋଲ୍ଡେନ୍ ଏବଂ ହ୍ବାଇଟ୍ ନୋଜ୍ ରିଙ୍ଗକୁ ଆପଣ ଯେକୌଣସି ଭାରତୀୟ ପୋଷାକ ସହ ପିନ୍ଧିପାରିବେ । ଏହା ଆପଣଙ୍କୁ ଏକ ଅଲଗା ପ୍ରକାରର ଲୁକ୍ ଦେବ । ଆପଣ କଲେଜ ଯାଆନ୍ତୁ ବା କୌଣସି ପାର୍ଟି କିମ୍ବା ବିବାହରେ ସାମିଲ ହୁଅନ୍ତୁ, ଶାଢ଼ି ପିନ୍ଧନ୍ତୁ ବା ସାଲୱାର କିମ୍ବା ଲେହେଙ୍ଗା ସାଙ୍ଗରେ ଏହି ନୋଜ୍ ରିଙ୍ଗ ଆପଣଙ୍କ ସୌନ୍ଦର୍ଯ୍ୟକୁ କାହିଁ କେତେଗୁଣରେ ବଢ଼ାଇଦେବ । ଏପରିକି ଜିନ୍ସ ଏବଂ ସ୍କର୍ଟ ସହ ଏହାକୁ ପିନ୍ଧିଲେ ମଧ୍ୟ ଭଲ ଲାଗିବ । ଏହା ସବୁପ୍ରକାର ପୋଷାକ ସହ ବେଶ୍ ମାନିଥାଏ ।

ବିଭିନ୍ନ ପ୍ରକାରର ନୋଜ୍ ରିଙ୍ଗ
ନାକରେ ପିନ୍ଧାଯାଉଥିବା ନୋଥ ବା ନୋଜ୍ ପିନ୍ ଏବେ ବିଭିନ୍ନ ଡିଜାଇନ୍‌ରେ ମିଳୁଛି । ସୁନାରେ ତିଆରି ନୋଜ୍ ରିଙ୍ଗ ଉପରେ ସ୍ବସ୍ତିକ, ଫୁଲ, ସୂର୍ଯ୍ୟ ଏବଂ ଓଁ ଡିଜାଇନ୍‌ରେ ତିଆରି କରାଯାଉଛି । ମଲ୍ଟି କଲର ପାଇଁ ଏହି ଡିଜାଇନ୍‌ର ବେଶ୍ ଚାହିଦା ରହିଛି । ଗୋଲାକାର, ଘୁଙ୍ଗୁର ଲଗାଯାଇଥିବା, ଷ୍ଟୋନ୍‌ରେ ତିଆରି ହୋଇଥିବା, ବିଭିନ୍ନ ରଙ୍ଗ ବେରଙ୍ଗ ଷ୍ଟୋନ୍ ଖଚିତ ତାରା ଆକାରର, ଅର୍ଦ୍ଧ ଚନ୍ଦ୍ରାକାର, ବତକ କିମ୍ବା ଗୋଲାପ ଫୁଲ ଆକାରର ନାକଫୁଲ ବଜାରରେ ମିଳୁଛି। ଯାହାକୁ ପିନ୍ଧିବା ପରେ ମହିଳା ହୁଅନ୍ତୁ ବା ଝିଅ ନିଜକୁ ଏକ ସେଲିବ୍ରିଟି ଭଳି ମନେ କରନ୍ତି । 

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?