Pratinidhi Odia

ଜିଡିପି ହ୍ରାସ ନେଇ ଭୟଭୀତ ନ ହେବାକୁ ଅର୍ଥମନ୍ତ୍ରୀଙ୍କ ଆହ୍ବାନ


ନୂଆଦିଲ୍ଲୀ: ଦେଶର ଆର୍ଥିକ ସ୍ଥିତି ଆହ୍ଵାନପୂର୍ଣ୍ଣ ରହିଥିଲେ ମଧ୍ୟ ଦେଶବାସୀ ଏଥିରେ ଭୟଭୀତ ହେବାର କୌଣସି କାରଣ ନାହିଁ ବୋଲି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି। ଏବକାର ସ୍ଥିତିକୁ ନେଇ ଆମେ ବେଶ୍‌ ସଚେତନ ରହିଛୁ ଓ ଯାହାସବୁ ପଦକ୍ଷେଗ ନେବାର ଆବଶ୍ୟକତା ରହିଛି ତାହା ଆମେ ନିଶ୍ଚିତ ଭାବେ ନେବୁ ବୋଲି ସେ ଭରସା ଦେଇଛନ୍ତି। ଅର୍ଥନୀତିକୁ ଗତିଶୀଳ କରିବା ଲାଗି କେନ୍ଦ୍ର ସରକାର ୫୦ ହଜାର କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା କରିବାକୁ ଚିନ୍ତା କରୁଛନ୍ତି ବୋଲି ଜେଟ୍‌ଲୀ କହିଛନ୍ତି।

ଏଥିସହ ସେ ଆହୁରି କହିଛନ୍ତି ଯେ ସରକାର ଅର୍ଥନୀତି ପାଇଁ ଚଳିତ ଆର୍ଥିକ ବର୍ଷରେ ଅତିରିକ୍ତ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କଲେ ବି ବିତ୍ତୀୟ ନିଅଣ୍ଟ ଲକ୍ଷ୍ୟ ହାସଲ ହୋଇପାରିବ ନାହିଁ। ଅର୍ଥନୈତିକ ଅଭିବୃଦ୍ଧି ଲଗାତର ଭାବେ ହ୍ରାସ ପାଉଥିବାରୁ ଏଥିନେଇ ସରକାରୀ ବାବୁମାନେ ବିଶେଷ ଭାବେ ଚିନ୍ତିତ ହୋଇପଡ଼ିଛନ୍ତି। ଚଳିତ ୨୦୧୭-୧୮ ଆର୍ଥିକ ବର୍ଷର ପ୍ରଥମ ତ୍ରୈମାସରେ ଦେଶର ଜିଡିପି ଅଭିବୃଦ୍ଧି ୫.୭ ପ୍ରତିଶତକୁ ଖସିଆସିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?