Pratinidhi Odia

ଏଟିଏମ୍‌ ଲୁଟିନେଲେ ଦୁର୍ବୃର୍ତ୍ତ


ରାୟଗଡା: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ର ସୁଙ୍ଗର ଷ୍ଟେଟ୍‌ବ୍ୟାଙ୍କ ଶାଖା ନିକଟରେ ଥିବା ଏଟିଏମକୁ ଶୁକ୍ରବାର ରାତିରେ କେତେକ ଦୁର୍ବୃର୍ତ୍ତ ଲୁଟି ନେଇଛନ୍ତି। ଦୁର୍ବୃତ୍ତମାନେ ଗ୍ୟାସ୍‌ କଟର ସହାୟତାରେ ଏଟିଏମ୍‌ର ଚାମ୍ବର କାଟି ସମସ୍ତ ଟଙ୍କା ଲୁଟି ନେଇଛନ୍ତି। ଶନିବାର ସକାଳୁ ଏହି ଘଟଣା ସମ୍ପର୍କରେ ଜଣାପଡିବା ପରେ ବ୍ୟାଙ୍କ୍ ଅଧିକାରୀ ଓ ପୋଲିସ୍‌ର ସାଇଣ୍ଟିଫିକ୍ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଏନେଇ କାଶୀପୁର ଥାନାରେ ସୁଙ୍ଗେର ଏସବିଆଇ ବ୍ରାଞ୍ଚ୍‌ ମ୍ୟାନେଜର୍‌ ବିଶ୍ବଜିତ ବେଉରିଆ ଏକ ମାମଲା ରୁଜୁ କରିଛନ୍ତି।

ପ୍ରକାଶ ଯେ, ଗତ ଗୁରୁବାର ଦିନ ଏହି ଏଟିଏମ୍‌ରେ ୬ ଲକ୍ଷ ଟଙ୍କା ଭର୍ତ୍ତି କରାଯାଇ ଥିବା ନେଇ ବ୍ୟାଙ୍କ୍‌ ମ୍ୟାନେଜର ସୂଚନା ଦେଇଛନ୍ତି। ପ୍ରାୟ ୫ଲକ୍ଷ ଟଙ୍କା ଚୋରି କିମ୍ବା ନଷ୍ଟ ହୋଇଥାଇ ପାରେ ବୋଲି ବ୍ୟାଙ୍କ ମ୍ୟାନେଜର କହିଛନ୍ତି। ଦୁର୍ବୃତ୍ତମାନେ ବ୍ୟାଙ୍କ ପରିସରରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଭାଙ୍ଗି ଦେଇଥିବା ଜଣାପଡିଛି।

Post Comment




  
Captcha
Cannot Read? Click Here to generate a new one.


ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ

କରେନ୍ସି କନଭର୍ଟର


ଜନମତ

ଚଳିତ ପଞ୍ଚାୟତ ନିବର୍ବାଚନରେ ରାଜନୈତିକ ଦଳଗୁଡ଼ିକର ବେଲଗାମ ଖର୍ଚ୍ଚ ଉପରେ ବିମୁଦ୍ରାୟନ ଅଙ୍କୁଶ ଲଗାଇ ପାରିଛି କି?