Pratinidhi Odia

ଇତିହାସର ଆଇନାରେ

କୋହିନୂରର କାହାଣୀ

ସମ୍ରାଟ ଜହାଙ୍ଗୀରଙ୍କ ପୁଅ ଶାହଜହାନ ଯେଉଁଦିନ ମୋଗଲ ସାମ୍ରାଜ୍ୟର ଦିଲ୍ଲୀ ସିଂହାସନରେ ବସିଲେ, ଠିକ୍ ସେହିଦିନ ଦ୍ୱିପ୍ରହରେ ପାରସ୍ୟ (ଆଧୁନିକ ଇରାନ୍)ର ଇମ୍ପାହାନ ସହରରେ ବୁଲୁଥିଲେ ଜଣେ ତେଲ ବ୍ୟବସାୟୀଙ୍କ ପୁଅ ମହମ୍ମଦ ସୟିଦ। ଉଦ୍ଦେଶ୍ୟ, ବଜାରରୁ କିଛି କିଣାକିଣି କରିବା। ସେଦିନ କେହି ବି ଜାଣି ନ ଥିଲେ ଯେ ସେଇ ତେଲ ବ୍ୟବସାୟୀଙ୍କ ପୁଅ ଭବିଷ୍ୟତରେ ଦିନେ ସମ୍ରାଟ ଶାହଜହାନଙ୍କ ରାଜ ଦରବାରରେ ‘ୱଜୀର-ଏ-ଆଜମ୍’ ଆସନ ଅଳଙ୍କୃତ କରିବେ। କେହି ବି ସ୍ବପ୍ନରେ ଭାବି ନ ଥିଲେ ଯେ ସେଇ ତେଲ ବ୍ୟବସାୟୀଙ୍କ ପୁଅ ହାତରେ ଶାହଜହାନଙ୍କ ହାତକୁ ଫେରିଆସିବ ସେଇ ଅମୂଲ୍ୟ ରତ୍ନ ଯାହା ସେ ପର୍ଯ୍ୟନ୍ତ ‘ବାବରଙ୍କ ହୀରା’ ନାଁରେ ନାମିତ ଥିଲା। ବହୁବର୍ଷ ଆଗରୁ ଏହାକୁ ତତ୍କାଳୀନ ପାରସ୍ୟ ସମ୍ରାଟ ସୁଲତାନ ତାହମାସପ ହାତରେ ଟେକି ଦେଇଥିଲେ ଭାରତରୁ ପଳାୟନ କରିଥିବା ମୋଗଲ ସମ୍ରାଟ ହୁମାୟୁନ।

ବର୍ଲିନରେ ନେତାଜୀ

ନେତାଜୀ ସୁଭାଷ ଚନ୍ଦ୍ର ବୋଷ ୧୯୨୮ ମସିହା କଂଗ୍ରେସର କଲିକତା ଅଧିବେଶନରେ ଦେଶର ସ୍ବାଧୀନତା ସଂଗ୍ରାମରେ କଂଗ୍ରେସର ଆନ୍ଦୋଳନକୁ ସହଯୋଗ କରିବା ପାଇଁ ବହୁ କ୍ରାନ୍ତିକାରୀ ଅନୁଷ୍ଠାନକୁ ଆହ୍ବାନ ଦେଇଥିଲେ। ଏହି ଅଧିବେଶନରେ ମୋତିଲାଲ ନେହରୁ ସଭାପତି ଓ ସୁଭାଷ ବୋଷ ଥିଲେ କଂଗ୍ରେସ ସ୍ବେଚ୍ଛାସେବକ ବାହିନୀର ସର୍ବାଧିନାୟକ ବା ଜେନେରାଲ ଅଫିସର କମାଣ୍ଡିଂ। ପରେ ପରେ ସୁଭାଷ ବୋଷଙ୍କ ନାଁ ଭାରତ ସାରା ବ୍ୟାପିଗଲା। ୧୯୩୯ ମସିହା କଂଗ୍ରେସର ତ୍ରିପୁରା ଅଧିବେଶନରେ ସୁଭାଷ ବୋଷ କଂଗ୍ରେସ ସଭାପତି ଭାବେ ନିର୍ବାଚିତ ହେଲେ। ତାଙ୍କର ପ୍ରତିଦ୍ୱନ୍ଦ୍ୱୀ ଥିଲେ ଗାନ୍ଧିଜୀଙ୍କର ମନୋନୀତ ପ୍ରାର୍ଥୀ ପଟ୍ଟାଭି ସୀତାରାମାୟା। ଏହି ନିର୍ବାଚନରେ ସୁଭାଷ ବୋଷ ୧୫୩୫ଟି ଭୋଟ ପାଇଥିବାବେଳେ, ୧୩୪୬ଟି ଭୋଟ ପାଇଥିଲେ ସୀତାରାମାୟା।

ବ୍ରାମ୍ ଷ୍ଟୋକରଙ୍କ କାଉଣ୍ଟ ଡ୍ରାକୁଲା

ଚିଲାରାୟଗଡ଼ରେ ଏବେ ବି ଶୁଭେ କମାଣର ଗର୍ଜନ। ଭାସ୍କୋଡ଼ାଗାମା ପ୍ରତି ରାତିରେ ଆସନ୍ତି ସେଣ୍ଟ ଫ୍ରାନସିସ୍ ଦୁର୍ଗକୁ। ଟ୍ରାନସିଲଭାନିଆର ସେଇ ଭୟାନକ ଦୁର୍ଗରେ ଏବେ ବି ବଞ୍ଚିରହିଛି କାଉଣ୍ଟ ଡ୍ରାକୁଲା। ଏକ ଭୟଙ୍କର ଦୁର୍ଗରୁ ଫାରିଆର ଶବ ସାଜି ପଳାୟନ କରିଥିଲେ ଦାନ୍ତେ। ଫୋର୍ଟ ଓ୍ୱିଲିୟମ୍ ଦୁର୍ଗରେ ସିରାଜଦ୍ଦୌଲା ସୃଷ୍ଟି କରିଥିଲେ ‘ବ୍ଲାକ୍ ହୋଲ୍ ଟ୍ରାଜେଡ଼ି’। ସ୍ଥାନ-କାଳ-ପାତ୍ର ଅନୁସାରେ ଘଟିଛି ଏମିତି ଅଦ୍ଭୁତ, ଅଲୌକିକ, କଲିଜା ଥରା ଘଟଣା ଦୁର୍ଘଟଣା। ଥରେ ନୁହଁ, ବାରମ୍ବାର। ସେମିତି ଏକ ଘଟଣାର ପିଛା କରୁ କରୁ ଏବେ ଆମେ ଯିବା ଟ୍ରାନ୍ସିଲଭାନିଆର ସେଇ ରହସ୍ୟମୟ ଦୁର୍ଗକୁ। କହନ୍ତି, ଏବେ ବି ସେଠି ବଞ୍ଚିରହିଛି କାଉଣ୍ଟ ଡ୍ରାକୁଲା, ଯେଉଁ ଡ୍ରାକୁଲା ନିଜ ଅତୃପ୍ତ ଶୋଷ ମେଣ୍ଟାଏ ମଣିଷ ରକ୍ତରେ।

ଲାଓସ୍‌ର ଅଧିବାସୀ ହିନ୍ଦୁ ଥିଲେ

ଲାଓସ୍‌ ମାନେ ଦଶଲକ୍ଷ ହାତୀଙ୍କ ଦେଶ। ବହୁ ବର୍ଷ ପୂର୍ବେ ଏଇ ଦେଶର ଅଧିବାସୀମାନେ ହିନ୍ଦୁ ଥିଲେ। ଏଇ ଧର୍ମ ଥାଇଲାଣ୍ଡ (ସିଆମ୍) ଦେଶରୁ ଆସିଥିଲା। ପରେ କିନ୍ତୁ ଏଇ ଦେଶର ଲୋକେ ଗ୍ରହଣ କରି ନେଇଥିଲେ ବୌଦ୍ଧଧର୍ମ। ଅଢ଼େଇ ହଜାର ବର୍ଷ ପୂର୍ବେ ଆର୍ଯ୍ୟ ଧର୍ମରେ ଯେତେବେଳେ ନାନାପ୍ରକାରର କୁସଂସ୍କୃତି ପଶିଲା, ତାହା ବିରୋଧରେ ମହାବୀର ଜୈନ, ଗୌତମ ବୁଦ୍ଧ ପ୍ରତିବାଦ କରି ସ୍ବତନ୍ତ୍ର ଭାବରେ ଜୈନ ଓ ବୌଦ୍ଧଧର୍ମ ସୃଷ୍ଟି କଲେ। ମହାବୀର ଓ ବୁଦ୍ଧଙ୍କୁ ଆମେ ଯେମିତି ‘ଯୁଗାବତାର’ ଭାବରେ ସ୍ବୀକାର କରିନେଲୁ, ଲାଓସ୍‌ର ଅଧିବାସୀମାନେ ବୌଦ୍ଧଧର୍ମରେ ଦୀକ୍ଷିତ ହେବା ପରେ ମଧ୍ୟ ପୂର୍ବ ପ୍ରଚଳିତ ହିନ୍ଦୁ ଧାର୍ମିକ ଚେତନାରେ ଆଧ୍ୟାତ୍ମିକ ପ୍ରତୀକକୁ ସ୍ବୀକାର କରିନେଲେ। ଫଳରେ ସୃଷ୍ଟି, ପାଳନ ଓ ପ୍ରଳୟ ନେଇ ଆମର ଯେଉଁ ବିଶ୍ୱାସ ରହିଛି, ଲାଓସ୍ ଅଧିବାସୀମାନଙ୍କର ମଧ୍ୟ ସେଇ ବିଶ୍ୱାସ ରହିଛି। ସେମାନେ ମଧ୍ୟ ଭାବନ୍ତି ଯେ ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା ଏବଂ ଦେବତାମାନଙ୍କ ରାଜା ହେଉଛନ୍ତି ଇନ୍ଦ୍ର। ଅନେକ ସ୍ଥାନରେ ବ୍ରହ୍ମା ଓ ଇନ୍ଦ୍ର ମନ୍ଦିର ରହିଛି। ସେଠାରେ ମଧ୍ୟ କୌଣସି ଶୁଭ କାମ ଗଣେଶ ପୂଜାରୁ ଆରମ୍ଭ ହୁଏ। ଏମାନଙ୍କ ପାଇଁ ଲକ୍ଷ୍ମୀ ଧନଦାତ୍ରୀ ଏବଂ ସରସ୍ବତୀ ହେଉଛନ୍ତି ବିଦ୍ୟାଦାତ୍ରୀ। ଲାଓସ୍ ଡାକଟିକଟ୍‌ରେ ମଧ୍ୟ ବିଷ୍ଣୁ, ଲକ୍ଷ୍ମୀ ଓ ସରସ୍ବତୀଙ୍କ ଚିତ୍ର ଦେଖତ୍ବାକୁ ମିଳେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!