ରାଜନୀତି

କରୁଣାନିଧିଙ୍କ ମୃତ୍ୟୁର ସପ୍ତାହକ ପରେ ପରିବାରରେ ତେଜିଲା

ଡିଏମ୍‌କେ ମୁଖ୍ୟ ଏମ୍‌.କରୁଣାନିଧିଙ୍କ ବିୟୋଗର ମାତ୍ର କିଛିଦିନ ପରେ ପରିବାରରେ ଭାଇ ଭାଇ ମଧ୍ୟରେ କ୍ଷମତାକୁ ନେଇ ସଂଘର୍ଷ ଆରମ୍ଭ ହୋଇଯାଇଛି। ସୋମବାର କରୁଣାନିଧିଙ୍କ ସମାଧିସ୍ଥଳରେ ପହଞ୍ଚି ତାଙ୍କ ବଡ଼ପୁଅ ଏମ୍‌.କେ.ଆଲାଗିରି ସାନଭାଇ ଷ୍ଟାଲିନଙ୍କୁ ଖୋଲା ଚାଲେଞ୍ଜ ଦେଇଛନ୍ତି। ମରୀନା ବିଚ୍‌ର ସମାଧିସ୍ଥଳରେ ଆଲାଗିରି ଷ୍ଟାଲିନଙ୍କ ଉଦ୍ଦେଶ୍ୟରେ କହିଛନ୍ତି ଯେ ତାଙ୍କ ପଛରେ ଡିଏମ୍‌କେ ସଦସ୍ୟମାନଙ୍କର ଅକୁଣ୍ଠ ସମର୍ଥନ ରହିଛି। ଠିକ୍‌ ସମୟରେ ଏହାର ଜବାବ ମିଳିବ ବୋଲି ଚେତାଇ ଦେଇଛନ୍ତି ଆଲାଗିରି। ଆସନ୍ତାକାଲି ଡିଏମ୍‌କେର କାର୍ଯ୍ୟକାରିଣୀ ବୈଠକ ବସୁଛି। ବୈଠକର ଅବ୍ୟବହିତ ପୂର୍ବରୁ ଆଲାଗିରିଙ୍କ ଏଭଳି ମନ୍ତବ୍ୟ ଦେବା ରାଜନୈତିକ ଗୁରୁତ୍ବ ବହନ କରୁଥିବା ସମୀକ୍ଷକମାନେ ଦର୍ଶାଇଛନ୍ତି।

ବିଜେଡିର ଆଦିବାସୀ ସମାବେଶ ରାଜନୀତି

ଓଡ଼ିଶାରେ ୨୩ ପ୍ରତିଶତ ଜନଜାତି ଓ ୧୭ ପ୍ରତିଶତ ଅନୁସୂଚିତ ଜାତି ବସବାସ କରିଥାନ୍ତି। ୪୦ ପ୍ରତିଶତ ଏଭଳି ଲୋକଙ୍କ ବିକାଶର ମଙ୍ଗ ଧରିଥିବା ଏସ୍‌ସିଏସ୍‌ଟି ବିଭାଗରେ ଦୀର୍ଘଦିନ ଧରି ପୂର୍ଣ୍ଣକାଳୀନ ସଚିବ ନିଯୁକ୍ତ ହେଉ ନାହିଁ। ଏହା ରାଜ୍ୟ ସରକାରଙ୍କ କେଉଁ ପ୍ରକାର ଜନଜାତି ପ୍ରୀତି ବୋଲି ପ୍ରଶ୍ନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ପ୍ରଧାନ କହିଛନ୍ତି ଯେ ମାଲକାନଗିରି ଜିଲାର ଶିଖାପାଲି ପଞ୍ଚାୟତର ସେବାଶ୍ରମରେ ଜଣେ ଦଶମ ଶ୍ରେଣୀର ଛାତ୍ରୀ ଆତ୍ମହତ୍ୟା କରି ମୃତ୍ୟୁବରଣ କରିବା ଅତ୍ୟନ୍ତ ଯନ୍ତ୍ରଣାଦାୟକ। ଜନଜାତି ପରାମର୍ଶ ପରିଷଦ ବୈଠକ ବର୍ଷକୁ ଦୁଇଥର ବସିବା ପାଇଁ ବ୍ୟବସ୍ଥା ଥିଲେ ହେଁ ୨୦୧୫ ମେ ପରେ ଦୀର୍ଘ ୩ ବର୍ଷ ଧରି ବୈଠକ କରାଗଲା ନାହିଁ। ବାରମ୍ବାର ଦାବି ପ୍ରତିବାଦ ଓ ସମାଲୋଚିତ ହେବା ପରେ ଜୁନ ୨୦୧୮ରେ ବୈଠକ ବସିଲା। ରାଜ୍ୟର ୧୩ଟି ବିପଦସଙ୍କୁଳ ଜନଜାତିଙ୍କ ଗାଁ ଏବେ ବି ବିକାଶ ଠାରୁ ଦୂରରେ ଥିବା ବେଳେ ରାଜ୍ୟ ସରକାର ଆଦିବାସୀ ବିକାଶର ମହାନାୟକ ବୋଲି ନିଜକୁ ଉପସ୍ଥାପିତ କରୁଥିବା ନେଇ ପ୍ରଧାନ ଅଙ୍ଗୁଳି ଉଠାଇଥିଲେ।

ପୁଣି ଏକ ଶକ୍ତି ପରୀକ୍ଷା ଦେବେ ବିରୋଧୀ

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାର ସ୍ବାମୀଙ୍କ ଶପଥ ଗ୍ରହଣ ମଞ୍ଚ ଉପରେ ଏକାଠି ହୋଇ ବିରୋଧୀଦଳ ଗୁଡ଼ିକ ନିଜ ଶକ୍ତିର ଦମ୍‌ଦାର ପ୍ରଦର୍ଶନ କରିଥିଲେ। ବିଜେପି ବିରୋଧରେ ଅନାସ୍ଥା ପ୍ରସ୍ତାବ ବେଳେ ସେହି ଦମ୍‌ କିନ୍ତୁ ତିଷ୍ଠି ପାରି ନ ଥିଲା। ବିରୋଧୀଙ୍କ ସମସ୍ତ ପ୍ରକାର କଳ୍ପନାଜଳ୍ପନା ଓଲଟପାଲଟ ହୋଇଯାଇଥିଲା। ବିରୋଧୀ ଭୋଟ୍‌ ପହଞ୍ଚି ଯାଇଥିଲା ଏନ୍‌ଡିଏ ଖାତାରେ। ଉତ୍ତର ପ୍ରଦେଶରେ କୁଆ-ବବୁଆ ଯୋଡ଼ି ଏକାଠି ହୋଇ କୈରାନା, ଫୁଲପୁର ଓ ଗୋରଖପୁର ଉପନିର୍ବାଚନରେ ବାଜିମାତ୍‌ କରି ଚକ୍‌ମା ଦେଖାଇବା ପରେ ଆଶା କରାଯାଉଥିଲା, ଅଣବିଜେପି ଶକ୍ତିଗୁଡ଼ିକ ଆଗାମୀ ୨୦୧୯ ନିର୍ବାଚନ ପର୍ଯ୍ୟନ୍ତ ଏକାଠି ରହି ବିଜେପିକୁ ଅଡ଼ୁଆରେ ପକାଇବେ। କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଘଟିଥିବା ଦୃଶ୍ୟପଟ୍ଟ ଦେଖିଲେ ଏଭଳି କିଛି ହେବ ବୋଲି ଚିନ୍ତା ବି କରାଯାଇ ପାରୁନି।

ଗାଁରୁ ଗର୍ଜିବ ବିଜେପି!

ଆଗାମୀ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଶାସକ ବିଜେଡି ଦଳ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛି। କଲ୍ୟାଣକାରୀ ଯୋଜନା ଗୁଡ଼ିକର ଜୋର୍‌ଦାର ପ୍ରଚାର ପ୍ରସାର ଚାଲିଛି। ଖବରକାଗଜ, ଟିଭିକୁ ବିପୁଳ ବିଞାପନ ଦେଉଥିବା ବିଜେଡି ସରକାର ଦଳୀୟ ପ୍ରଚାରରେ ଲାଗିଥିବା କେତେକ ନିର୍ଦ୍ଦିଷ୍ଟ ସୋସାଲ ମିଡିଆରେ ମଧ୍ୟ ବିଞାପନ ଦେବା ଆରମ୍ଭ କରିଛି। ଏପରିସ୍ଥଳେ ବିଜେପି ମଧ୍ୟ ଅଣ୍ଟା ସଳଖିଲାଣି। ୨୦୧୯ ପୂର୍ବରୁ ରଣନୀତି କିପରି ହେବ ତାହାକୁ ନେଇ ଆରମ୍ଭ ହୋଇଛି ତର୍ଜମା। ମିଶନ ୧୨୦କୁ ନେଇ ବିଜେଡି ତାର ରାଜ୍ୟ କାର୍ଯ୍ୟାଳୟରେ ମାନସମନ୍ଥନ ଆରମ୍ଭ କରିଛି। ରବିବାର ବିଜେପିର ଯୁଗ୍ମ ସମ୍ପାଦକ (ସଂଗଠନ) ସୌଦାନ ସିଂହ ଓଡ଼ିଶା ଆସି ଜିଲାୱାରି ନେତାମାନଙ୍କ ଠାରୁ ଫିଡବ୍ୟାକ୍‌ ନେବା ସହ ଧିମା ଗତିରେ ଚାଲିଥିବା ସାଙ୍ଗଠନିକ କାର୍ଯ୍ୟକୁ ଅଧିକ କ୍ରିୟାଶୀଳ କରିବା ପାଇଁ ପରାମର୍ଶ ଦେଇଛନ୍ତି। ବିଭିନ୍ନ ସଂସଦୀୟ କ୍ଷେତ୍ର ପାଇଁ ନିଯୁକ୍ତି ପାଇଥିବା ପ୍ରଭାରି, ଜିଲା ସଭାପତି ଓ ବିସ୍ତାରକଙ୍କ କାର୍ଯ୍ୟର ସମୀକ୍ଷା ହେବା ସହିତ ସେମାନେ ଦେଇଥିବା ରିପୋର୍ଟକୁ ଅନୁଧ୍ୟାନ କରାଯାଇଥିଲା ଏବଂ ରାଜ୍ୟରେ ଏ ପର୍ଯ୍ୟନ୍ତ ଗଠିତ ୨୧ ହଜାର ୫୦୦ ବୁଥ କମିଟି ସହିତ ନିୟମିତ ଯୋଗାଯୋଗ ରଖାଯିବା ସହିତ ୩୬ ହଜାର ବୁଥ କମିଟି ଗଠନ ଦିଗରେ ପ୍ରାଥମିକତା ଦିଆଯାଇଥିଲା। ମୋ ବୁଥ ସବୁଠୁ ମଜଭୁତ କାର୍ଯ୍ୟକ୍ରମରେ ୩୬ ହଜାର ବୁଥ ମାଧ୍ୟମରେ ୧.୪୦ କୋଟି ଭୋଟରଙ୍କୁ ଯୋଡ଼ିବାକୁ ଦଳ ଯେଉଁ ଦାୟିତ୍ବ ନେଇଥିଲା ତାହାକୁ ଆଗକୁ ନେବା ପାଇଁ ରବିବାର କୋର କମିଟି ବୈଠକରେ ଆଲୋକପାତ କରାଯାଇଥିଲା।

ସରକାରୀ ଖର୍ଚ୍ଚରେ ବିଜେଡିର ପ୍ରଚାର ଫର୍ମୁଲା

ରାଜ୍ୟ ସରକାରଙ୍କ ଯୁବ ସେବା ବିଭାଗ ଅଧୀନସ୍ଥ ବିଜୁ ଯୁବ ବାହିନୀ ଓ ବିଜେଡିର ଯୁବ ଶାଖା ବିଜୁ ଯୁବ ଜନତା ନାମ ପାଖାପାଖି ଓ ସମାନ ଭଳି ମନେହେଉଛି। ଦେଶର କେଉଁ ରାଜନୈତିକ ଦଳ ଏପରି ଦଳୀୟ ନାମ ସହିତ ସମାନ ରଖି ସରକାରୀ କାର୍ଯ୍ୟକ୍ରମ ଚଲାଉନାହାନ୍ତି। ସରକାରୀ କାର୍ଯ୍ୟକ୍ରମ ଓ ଯୋଜନା ଶାସକ ଦଳର ଯୁବ ସଂଗଠନ ନାମରେ ଅନ୍ୟ କେଉଁଠି ରହିଥିବା ନଜିର ନ ଥିବା ବେଳେ ଓଡ଼ିଶାରେ ଶାସକ ବିଜେଡି ଦଳ ଏଭଳି ନାମକରଣ କରି ଭୋଟରମାନଙ୍କୁ ବିଭ୍ରାନ୍ତ କରିବାର ଚେଷ୍ଟା କରିଛି। ସରକାରୀ ଅର୍ଥ ବ୍ୟୟରେ ଏହା ଶାସକ ଦଳର ପ୍ରଚାର ସଦୃଶ। ଗଣତାନ୍ତ୍ରିକ ବିଧି ବ୍ୟବସ୍ଥାର ଏହା ବିରୁଦ୍ଧାଚରଣ କରୁଛି। ଏହାକୁ ଦୃଷ୍ଟିରେ ରଖି ବିଜୁ ଯୁବ ବାହିନୀ ନାମକରଣ ରଦ୍ଦ କରିବାକୁ ଉତ୍କଳ ବିକାଶ ଯୁବ ପରିଷଦ ଭାରତର ମୁଖ୍ୟ ନିର୍ବାଚନ କମିଶନଙ୍କୁ ପତ୍ର ଲେଖିଛି।

ମମତାଙ୍କୁ ମିଳିଯାଇଛି ଏନ୍‌ଆର୍‌ସି ଅସ୍ତ୍ର

ଆସାମର ଜାତୀୟ ନାଗରିକ ପଞ୍ଜିକା ପ୍ରସଙ୍ଗରେ ରାଜନୈତିକ ବୟାନବାଜି ସରଗରମ ହେବାରେ ଲାଗିଛି। ତୃଣମୂଳ କଂଗ୍ରେସ ନେତ୍ରୀ ତଥା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏହାକୁ ନେଇ ସଡ଼କ ଓ ସଂସଦରେ ପହଞ୍ଚାଇଛନ୍ତି। ବୁଧବାର ତୃଣମୂଳ କଂଗ୍ରେସ କର୍ମୀ ଓ ନେତାମାନଙ୍କ ସମର୍ଥନରେ ସିଆଲଦାଠାରେ ଏହାକୁ ନେଇ ରେଳରୋକ କରାଯାଇଥିବା ବେଳେ ଗୁରୁବାର ତୃଣମୂଳ କଂଗ୍ରେସର ସାଂସଦମାନେ ଆସାମ ସରକାର ପୋଲିସ ଲଗାଇ ସେମାନଙ୍କୁ ମାରପିଟ୍‌ କରିଛନ୍ତି ବୋଲି ଗୁରୁତର ଅଭିଯୋଗ ଉଠିଛି। ମମତାଙ୍କ ଗୃହଯୁଦ୍ଧ ମନ୍ତବ୍ୟକୁ ନେଇ ଦୁଇ ଦୁଇଟି ମାମଲା ରୁଜୁ ହେଲାଣି। ସୂଚନାଯୋଗ୍ୟ ଯେ ମଙ୍ଗଳବାର ମମତା ନୂଆଦିଲ୍ଲୀର କ୍ୟାଥଲିକ ବିଶପ ସମ୍ମିଳନୀରେ କହିଥିଲେ ଯେ ଆସାମ ଏନ୍‌ଆରସିରୁ ୪୦ ଲକ୍ଷ ଲୋକ ବାଦ୍‌ ପଡ଼ିବା ଦ୍ବାରା ଦେଶରେ ଗୃହଯୁଦ୍ଧ ଦେଖାଯିବ ଓ ରକ୍ତର ନଦୀ ବହିବ। ଯେଉଁମାନେ ଦେଶରେ ଶହେ, ଦୁଇ ଶହ କିମ୍ବା ତିନି ଶହ ବର୍ଷ ରହିଲେଣି ସେମାନଙ୍କୁ ବିତାଡ଼ନ କରାଯାଇ ପାରିବ ନାହିଁ। ମମତାଙ୍କ ଏହି ବୟାନକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଉଦ୍ୟୋଗପତିଙ୍କ ସହିତ ଛିଡ଼ାହେଲେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦ୍ୟୋଗପତିଙ୍କ ସହ ନିଜର ସମ୍ପର୍କକୁ ନେଇ ସ୍ପଷ୍ଟ ଆଭିମୁଖ୍ୟ ରଖିଛନ୍ତି। ମୋଦି କହିଛନ୍ତି ଯେ କେତେକ ଲୋକ ଏପରି ଅଛନ୍ତି, ଯେଉଁମାନେ ପରଦା ପଛରେ ରହି ବ୍ୟବସାୟୀଙ୍କ ସହ ସମ୍ପର୍କ ରଖନ୍ତି। ରବିବାର ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ନିବେଶକଙ୍କ ସମ୍ମିଳନୀରେ ଯୋଗଦେଇ ମୋଦି କହିଛନ୍ତି ଯେ ସେ ସେମାନଙ୍କ ଭଳି ନୁହନ୍ତି। ସେ ଉଦ୍ୟୋଗପତିଙ୍କ ସହିତ ଛିଡ଼ା ହେବାକୁ ଡରି ନ ଥାନ୍ତି। ସେ ବୃହତ୍ତର ସ୍ବାର୍ଥ ଓ ମହତ୍‌ ଉଦ୍ଦେଶ୍ୟ ନେଇ ଆଗକୁ ବଢ଼ୁଥିବାରୁ ଉଦ୍ୟୋଗପତିଙ୍କ ଭୂମିକାକୁ ସେ ବେଶ୍‌ ଭଲଭାବେ ବୁଝିଛନ୍ତି। ଦେଶ ଗଠନରେ ଭଲ ବ୍ୟବସାୟୀଙ୍କ ଭୂମିକା ରହିଆସିଛି ଓ ରହିବ ମଧ୍ୟ। ତେଣୁ ସେ ବ୍ୟବସାୟୀମାନଙ୍କୁ ଚୋର ଲୁଟେରା କହନ୍ତିନି କି ଅପମାନିତ କରନ୍ତି ନାହିଁ ବୋଲି ମୋଦି ସ୍ପଷ୍ଟ କରିଥିଲେ।

ମୋଦି ନା ମନମୋହନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିରୋଧୀଦଳ ତାଙ୍କର ବିଦେଶ ଗସ୍ତକୁ ନେଇ କଡ଼ା ସମାଲୋଚନା କରିଥାନ୍ତି। କିନ୍ତୁ ମୋଦି ତାଙ୍କର ପୂର୍ବବର୍ତ୍ତୀ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ତୁଳନାରେ ସମାନ ବିଦେଶ ଗସ୍ତ କରି ମନମୋହନଙ୍କ ଖର୍ଚ୍ଚ ପରିମାଣର ସମାନ ଖର୍ଚ୍ଚ କରିଛନ୍ତି। ୟୁପିଏ-୨ରେ ମନମୋହନ ସିଂଙ୍କ ପ୍ରଥମ ୪ ବର୍ଷ କାର୍ଯ୍ୟକାଳରେ ବିଦେଶ ଗସ୍ତ ଓ ସେଥିରେ ହୋଇଥିବା ଖର୍ଚ୍ଚକୁ ଯଦି ଦେଖାଯାଏ, ତେବେ ତାହା ମୋଦିଙ୍କ ଗସ୍ତ ଖର୍ଚ୍ଚ ସହିତ ପାଖାପାଖି ସମାନ ବୋଲି ଜାତୀୟ ଗଣମାଧ୍ୟମ ଚର୍ଚ୍ଚା କରିଛି। ମନମୋହନ ଓ ମୋଦି ଉଭୟ ପ୍ରଥମ ଚାରିବର୍ଷ କାର୍ଯ୍ୟକାଳ ମଧ୍ୟରେ ବିଦେଶ ଗସ୍ତ ପାଇଁ ସମାନ ଅର୍ଥ ଖର୍ଚ୍ଚ କରିଛନ୍ତି। ଉଭୟ ଏୟାର ଇଣ୍ଡିଆର ଚାର୍ଟାଡ ଫ୍ଲାଇଟ ସମାନ ଭାବରେ ବ୍ୟବହାର ମଧ୍ୟ କରିଛନ୍ତି।

ଭାରତ ପ୍ରତି ପାକିସ୍ତାନର ଭାବୀ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ
ମମତାଙ୍କ ପରେ ସାମ୍ନାକୁ ଆସିଲେ ମାୟାବତୀ

ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ଓ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ମଧ୍ୟରେ ନିବିଡ଼ ସମ୍ପର୍କ ଥିବାର ଆଉ ଏକ ଦୃଶ୍ୟ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚଡି କୁମାରସ୍ବାମୀଙ୍କ ଶପଥ ଗ୍ରହଣ ମଞ୍ଚରେ ଦେଖିବାକୁ ମିଳିଥିଲା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତାଙ୍କୁ ଏଡ଼ାଇ ସୋନିଆ ଗାନ୍ଧି ମାୟାବତୀଙ୍କ ସହ ବେଶ୍‌ କିଛି ସମୟ ଏକ ଭିନ୍ନ ଭଙ୍ଗୀରେ ମଞ୍ଚ ଉପରେ ଆଳାପ ଜମାଇଥିବାର ଦୃଶ୍ୟ ଦେଶସାରା ବିଭିନ୍ନ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା। କଂଗ୍ରେସ ଡାକରାରେ ବିରୋଧୀଦଳ କର୍ଣ୍ଣାଟକରେ ଏକାଠି ହୋଇ ଶକ୍ତି ପ୍ରଦର୍ଶନ କରିଥିଲେ। ବିଶ୍ବାସ କରାଯାଉଥିଲା ଯେ ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସ ନେତୃତ୍ବରେ ବିରୋଧୀ ମହାମେଣ୍ଟ କରି ନିର୍ବାଚନ ଲଢ଼ିବେ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ନେତୃତ୍ବରେ ଲଢ଼ାଯାଉଥିବା ଏହି ନିର୍ବାଚନରେ ସଫଳତା ମିଳିଲେ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ଭାବେ ଉପସ୍ଥାପିତ କରାଯିବ। କିନ୍ତୁ ବିରୋଧୀ ଏକାଠି ହୋଇ ମହାମେଣ୍ଟ ଗଢ଼ିବା ଓ ପ୍ରଧାନମନ୍ତ୍ରୀ ଭାବେ ରାହୁଲଙ୍କୁ ବାଛିବାକୁ ନେଇ ଏବେ ସହମତି ହୋଇପାରୁ ନାହିଁ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ପର ପତ୍ନୀ ଅପହରଣ ପାଇଁ
ନାଇଜେରିଆରେ ୱେଡେବ ନାମରେ ଗୋଟିଏ ଉପଜାତି ଅଛନ୍ତି। ବାଲ୍ୟକାଳରୁ ସେମାନଙ୍କ ବିବାହ ସମ୍ପନ୍ନ ହୋଇଥାଏ। କିନ୍ତୁ ସେପ୍ଟେମ୍ବର ମାସରେ ଗେରେଓ୍ୱଲ ପର୍ବରେ ବାସ୍ତବ ବିବାହ ଅନୁଷ୍ଠିତ ହୁଏ। ସମ୍ପ୍ରଦାୟର ସମସ୍ତ ଯୁବକ ଓ ଯୁବତୀ ସାତ ଦିନ ବ୍ୟାପୀ ଏହି ମେଳାରେ ଉପସ୍ଥିତ ହୁଅନ୍ତି। ପୁରୁଷମାନେ ଭଳିକି ଭଳି ରଙ୍ଗବେରଙ୍ଗର ପୋଷାକ ପିନ୍ଧି ନୃତ୍ୟ ପ୍ରତିଯୋଗିତାରେ ଭାଗନିଅନ୍ତି। ମହିଳାମାନେ ବିଚାରକ ରହନ୍ତି। ଏହି ପର୍ବରେ ମହିଳାମାନେ ପ୍ରାୟ ଉଲଗ୍ନ ରହିଥାନ୍ତି। କୌଶଳକ୍ରମେ ଯଦି କେହି ପୁରୁଷ କୌଣସି ମହିଳାକୁ ସଫଳତାର ସହିତ ଅପହରଣ କରିନିଏ, ସେମାନଙ୍କୁ ପତି ପତ୍ନୀ ଭାବେ ସ୍ବୀକୃତି ମିଳିଯାଏ। ଏହି ଉପଜାତିରେ ଆଉ ଏକ ପରମ୍ପରା ଅଛି। କୌଣସି ବି ମହିଳା ମନଇଛା ସ୍ବାମୀ ଗ୍ରହଣ କରିପାରିବେ। କିନ୍ତୁ କୌଣସି ପୁରୁଷଙ୍କ ନିମନ୍ତେ ଏ ନିୟମ ଲାଗୁ ହୁଏ ନାହିଁ।

ଜନମତ

ଶ୍ରୀମନ୍ଦିରରେ ସେବାୟତଙ୍କ ମନମୁଖୀ କାର୍ଯ୍ୟକଳାପ ଓ ପ୍ରଶାସନର ପରିଚାଳନାଗତ ତ୍ରୁଟିକୁ ରୋକିବା ଲାଗି ସୁପ୍ରିମକୋର୍ଟ ଯେଉଁ ପଦକ୍ଷେପ ନେଇଛନ୍ତି, ସେଥିରେ ଆପଣ ଏକମତ ତ ?