Pratinidhi Odia

ଅପରାଧ

ଉପହାର ପ୍ୟାକେଟରେ ବୋମା: ବର ଓ ଜେଜେ ମା ମୃତ

ଉପହାର ପ୍ୟାକେଟ ହେଲା କାଳ। ପ୍ୟାକେଟ ଖୋଲିବା ବେଳେ ବିସ୍ଫୋରଣ ଘଟି ବର ଓ ଜେଜେ ମା ପ୍ରାଣ ହରାଇଥିବା ବେଳେ ବଧୂ ଗୁରୁତର ଭାବେ ପୋଡ଼ିଯାଇଛନ୍ତି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି ବଲାଙ୍ଗିର ଜିଲା ପାଟଣାଗଡ଼ ଅଞ୍ଚଳରେ। ନାତିର ବିବାହ ଉତ୍ସବରେ ମିଳିଥିବା ଉପହାର ପ୍ୟାକେଟ ଖୋଲାଯାଉଥିବା ବେଳେ ଉପହାରଗୁଡ଼ିକୁ ଦେଖିବା ପାଇଁ ଉତ୍ସୁକତାର ସହିତ ପାଖରେ ବସି ଦେଖୁଥିବା ଜେଜେ ମା ଜେମା ସାହୁ ପ୍ୟାକେଟର ବିସ୍ଫୋରଣ ସହିତ ନିଜ ଜୀବନ ଦେଇଥିଲେ। ପ୍ୟାକେଟ ଭିତରେ ଥିବା ବୋମା ଫୁଟିଯିବା କାରଣରୁ ୮୦ ବର୍ଷୀୟା ଜେମା ସାହୁଙ୍କ ମୃତ୍ୟୁ ଘଟିଥିଲା। ଏଥିରେ ସୌମ୍ୟ ଶେଖର ସାହୁ ଓ ତାଙ୍କ ପତ୍ନୀ ରିମା ସାହୁ ପୋଡ଼ିଯାଇଥିଲେ। ସୌମ୍ୟଙ୍କୁ ରାଉରକେଲା ଆଇଜିଏଚ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ତାଙ୍କ ପତ୍ନୀ ରିମାଙ୍କୁ ବଲାଙ୍ଗିର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତେବେ ବର ସୌମ୍ୟଙ୍କ ଜୀବନ ବି ଚାଲିଯାଇଥିଲା।

ପିଏନ୍‌ବି ଠକେଇ ମାମଲା: ତଦନ୍ତରେ ସହଯୋଗ କରୁନାହାନ୍ତି

ଦେଶର ଦ୍ବିତୀୟ ସର୍ବବୃହତ୍‌ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ରୁ ସାଢ଼େ ୧୧ ହଜାର କୋଟି ଟଙ୍କାର ୠଣ ନେଇ ବିଦେଶ ପଳାୟନ କରିଥିବା ବିଶିଷ୍ଟ ହୀରା ବ୍ୟବସାୟୀ ନିରବ ମୋଦିଙ୍କ ବିରୋଧରେ ସିବିଆଇ ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି। କିନ୍ତୁ ଅଦ୍ୟାବଧି ମୋଦି କେଉଁଠି ରହିଛନ୍ତି ସେଥିନେଇ କୌଣସି ସୂଚନା ମିଳିପାରି ନ ଥିଲେ ହେଁ ଏହି ଦୁର୍ନୀତି ସହ ଜଡ଼ିତ ୩ ଜଣ ବ୍ୟକ୍ତିଙ୍କୁ ଶନିବାର ସିବିଆଇ ଗିରଫ କରିଥିଲା। ଏଥିରେ ପିଏନ୍‌ବିର ଅବସରପ୍ରାପ୍ତ ଡେପୁଟି ଜେନେରାଲ୍‌ ମ୍ୟାନେଜର୍‌ ଗୋକୁଲ୍‌ନାଥ ଶେଟ୍ଟୀ ଥିବା ବେଳେ ଅନ୍ୟ ଜଣେ ସିଙ୍ଗଲ୍‌ ୱିଣ୍ଡୋ ଅପରେଟର୍‌ ଅଛନ୍ତି। ସେମାନଙ୍କୁ ଗିରଫ କରିବା ପରେ ସିବିଆଇ ନିରବ ଓ ତାଙ୍କ ମାମୁ ମେହୁଲ୍‌ ଚୋକ୍‌ସିଙ୍କ ସମ୍ପର୍କରେ ତଥ୍ୟ ଆଦାୟ ପାଇଁ ପଚରାଉରା ଆରମ୍ଭ କରିଛି। କିନ୍ତୁ ମିଳିଥିବା ରିପୋର୍ଟ ଅନୁସାରେ ଏହି ଗିରଫ ଅଧିକାରୀମାନେ ସିବିଆଇକୁ ତଦନ୍ତରେ ଆଦୌ ସହଯୋଗ କରୁନାହାନ୍ତି ବୋଲି ଜଣାପଡ଼ିଛି।

ଚଳନ୍ତା ବସ୍‌ରେ ହସ୍ତମୈଥୁନ ଘଟଣା: ଅଭିଯୁକ୍ତକୁ ଧରିବା ପାଇଁ

ଦିଲ୍ଲୀ ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀଙ୍କ ନିକଟରେ ବସି ଚଳନ୍ତା ବସ୍‌ରେ ହସ୍ତମୈଥୁନ କରୁଥିବା ଯୁବକ ଜଣକର ଭିଡିଓ ଯଦିଓ ସମ୍ପୃକ୍ତା ଛାତ୍ରୀ ଜଣକ ସାହସର ସହିତ ଉତ୍ତୋଳିତ କରିଛନ୍ତି ତଥାପି ପୋଲିସ ଆଜି ପର୍ଯ୍ୟନ୍ତ ଅଭିଯୁକ୍ତକୁ ଠାବ କରି ଗିରଫ କରିବାରେ ବିଫଳ ହୋଇଛି। ଏହି ଅଭିଯୁକ୍ତଙ୍କୁ ଖୋଜି ବାହାର କରିବା ପାଇଁ ପୋଲିସ ପ୍ରୟାସ ଚଳାଇଛି। ଦିଲ୍ଲୀ ପୋଲିସ ସୂଚନାଦାତାଙ୍କୁ ପୁରସ୍କାର ଦେବା ଘୋଷଣା କରିଛି। ଛାତ୍ରୀ ଜଣକ ନିକଟରେ ବସି ହସ୍ତମୈଥୁନ କରୁଥିବା ଏହି ଅଭିଯୁକ୍ତ ଜଣକର କାରନାମା ଅତ୍ୟନ୍ତ ସାହସର ସହିତ ନିଜ ମୋବାଇଲ ଫୋନ ଜରିଆରେ ଉତ୍ତୋଳିତ କରି ପୋଲିସକୁ ଦେଇଛନ୍ତି। ପାଖରେ ବସି ହସ୍ତମୈଥୁନ କରୁଥିବା ବ୍ୟକ୍ତିଙ୍କୁ ବାରଣ କରିବାକୁ ଯାଇ ଛାତ୍ରୀଜଣକ ନିଷ୍ଫଳ ହୋଇଥିଲେ। ହସ୍ତମୈଥୁନ ସମୟରେ ବ୍ୟକ୍ତି ଜଣକ ଛାତ୍ରୀଙ୍କ ଶରୀରକୁ ସ୍ପର୍ଶ କରିଥିବା ନେଇ ମଧ୍ୟ ଛାତ୍ରୀ ପୋଲିସର ଦୃଷ୍ଟି ଆକର୍ଷଣ କରିଥିଲେ।



ଶ୍ରୀଜଗନ୍ନାଥଙ୍କ ପହଡ଼ ଖୋଲା ଦର୍ଶନ


କରେନ୍ସି କନଭର୍ଟର

ଜନମତ

କୁଳଭୂଷଣ ଯାଦବଙ୍କୁ ନିର୍ଯାତନା ଦେବା ସହ ପାକିସ୍ତାନ ଅମାନବୀୟ ଆଚରଣ ପ୍ରଦର୍ଶନ କରୁଛି ଏବଂ ଏହାକୁ ଘୋଡ଼ାଇବା ପାଇଁ କୁଟନୈତିକ ଚାଲ୍‌ ଖେଳି ଚାଲିଛି। ଏଥିରେ ଆପଣ ଏକ ମତ ତ!